‘ଉତ୍କଳ ଭାରତ’ ଦଳର ଭାଗ୍ୟ ପରିବର୍ତନ ଯାତ୍ରାର ଶୁଭାରମ୍ଭ

0

(ସେକ୍ ମୋହିନୁଲ ହକ୍ ): ସ୍ଥାନୀୟ ଐତିହାସିକ ବାଣପୁର ପଲଟଣ ପଡିଆଠାରେ ଦଳର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦଳର ରାଜ୍ୟ ସଭାପତି ଐର ଖାରବେଳ ସ୍ୱାଇଁ ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ । ଖୋଲିଥିଲେ ରାଜ୍ୟ ସରକାରଙ୍କ ସମସ୍ତ ଅପାରଗତା ଗୁମର ଓ ଦୋଷ ଦୁର୍ବଳତା। କେବଳ ଟଙ୍କିକିଆ ଚାଉଳ,ପାଞ୍ଚ ଟଙ୍କିଆ ଭାତ ଡାଲମା, ଛତା, କମ୍ବଳ ଦେଇଦେଲେ ରାଜ୍ୟ ଅଗ୍ରଗାମି ହୋଇଯିବ ନାହିଁ ବୋଲି ସେ କହିଥିଲେ । ରାଜ୍ୟର ଉନ୍ନତି ଚାଷିର ଉନ୍ନତି ସହିତ ଜଡିତ, ବେକାର ଶିକ୍ଷିତଯୁବକ, ଯୁବତୀ ସ୍ଥାୟୀ ରୋଜଗାର ଆବଶ୍ୟକ ବିଭିନ୍ନ ଶିଳପ ସଂସ୍ଥା ପ୍ରତିଷ୍ଠାନର ଆବଶ୍ୟକ ଯ ।ହାକି ଦିର୍ଘ ଅଠର ବର୍ଷ ଶାସନ ମଧ୍ୟରେ ହୋଇପାରିନିହିଁ ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ଏଠାରେ ରଜ୍ୟ ଉନ୍ନତି କରିବା ପରିବର୍ତେ ଦେଶର ୨୦ଟି ବଡ ରାଜ୍ୟ ମଧ୍ୟରୁ ୧୮କିମ୍ବା୧୯ ତମସ୍ଥାନରେ ରହିଛି । କେବଳ ରାଜ୍ୟସରକାର ଯୋଜନା କୁ ନେଇ ଭୋଟରଙ୍କ ସହ ଖେଳ ଖେଳୁଛନ୍ତି ବୋଲି ଖାରବେଳ ସ୍ୱାଇଁ ଅଭିଯୋଗ କରିଛନ୍ତି। ଆମଦଳ ଆସିଲେ ଏ ସମସ୍ତ ସମସ୍ୟାର ସମାଧାନ କରିବାର ନିଶ୍ଚିତ ପ୍ରୟାସ କରିବୁ ବୋଲି କହିଛନ୍ତି । ଉକ୍ତ ସଭାରେ ରାଜ୍ୟ ସଭାପତିଙ୍କସମେତ,ରାଜ୍ୟ ଯୁବ ସଭାପତି,ରାଜ୍ୟ ମହିଳା ସଭାନେତ୍ରୀ,ଖୋର୍ଧା ଜିଲ୍ଲା ସଭାପତି ଉପସ୍ଥିତ ଥିଲେ।