ଏହି ସବୁ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି

0

(ସୋନପୁର / ଓମ ପ୍ରକାଶ ମିଶ୍ର ): ପଶ୍ଚିମ ଓଡ଼ିଶା ଓକିଲ ସଂଘ ପକ୍ଷରୁ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଳାର ବୀରମହାରାଜପୁର ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କୋଶଲ କ୍ରାନ୍ତୀ ଦଳ ପକ୍ଷରୁ ଆଜି ଏହି ବନ୍ଦକୁ ସମର୍ଥନ ଜଣାଇ ଏଠାରେ ବନ୍ଦ ଡ଼ାକରା ଦିଆଯାଇଛି । ସକାଳୁ ସକାଳୁ କୋଶଲ କ୍ରାନ୍ତି ଦଳର କର୍ମକର୍ତ୍ତା ଓ ସଦସ୍ୟମାନେ ବୀରାମହାରାଜପୁରର ବିଭିନ୍ନ ଛକରେ ପିକେଟିଂ କରି ବନ୍ଦ କରିଛନ୍ତି । ବନ୍ଦ ପ୍ରଭାବରେ ଏଠାରେ ଦୈନିକ ବଜରା , ଗାଡ଼ିମୋଟର , ଚଳାଚଳ, ଦୋକାନ, ବଜାର ,ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କ ଆଦି ବନ୍ଦ ରହିଛି । ଗାଡ଼ି ଚଳାଚଳ ବନ୍ଦ ରହିଥିବା ରାସ୍ତା ଉପରେ ଗାଡ଼ି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି । ସେପଟେ ବୀରମହାରାଜପୁର ଓକିଲ ସଂଘର କର୍ମକର୍ତମାନେ କୋର୍ଟ ବନ୍ଦ ରଖିବାକୁ ପିପେଟିଂ ଏବଂ ତରଭାରେ ବନ୍ଦର ପ୍ରଭାବ ନଥିବାରୁ ଜୀବନଯାତ୍ରା ସ୍ୱାଭାବିକ ରହିି । ସେପଟେ ରାମପୁର ଓକିଲ ସଂଘ ପକ୍ଷରୁ ରାମପୁର ସମୂର୍ଣ୍ଣ ବନ୍ଦ ରହିଥିବା ବେଳେ ଡ଼ୁଙ୍ଗୁରିପାଲି ଓକିଲ ସଂଘ ପକ୍ଷରୁ ଡ଼ୁଙ୍ଗୁରିପାଲି ସମସ୍ତ କାର୍ଯ୍ୟାଳୟ ଓ କୋର୍ଟକୁ ବନ୍ଦ କରାଯାଇଛି ।