ସ୍ଥାପନା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ “ବନ୍ଦେ ଓଡ଼ିଶା” କାର୍ଯ୍ୟକ୍ରମ ଆୟୋଜିତ

0

ଭୁବନେଶ୍ୱର : ସ୍ଥାପନା ଚାରିଟେବଲ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ “ବନ୍ଦେ  ଓଡ଼ିଶା” ଏ ଜାତିର ଓ ମାଟିର ସମ୍ମାନ ଓ ସ୍ଵାଭିମାନ ପାଇଁ ଜୀବନ ଉତ୍ସର୍ଗ କରିଥିବା ବେକ୍ତିତ୍ଵମାନଙ୍କ ପ୍ରତି ସମର୍ପଣ  ତଥା ଶ୍ରଦ୍ଧାଞ୍ଜଳୀର କାର୍ଯକ୍ରମ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ, ସମ୍ମାନୀତ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା ବିଭାଗ  ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭୂବନେଶ୍ବର ଏକାମ୍ରର ବିଧାୟକ ବାବୁ ସିଂ, ପୂର୍ବତନ ସାଂସଦ ବରଗଡ଼ ଲୋକସଭା ଡଃ ପ୍ରଭାସ ସିଂ  ଏବଂ ଭାରତ ସରକାର ଅବସରପ୍ରାପ୍ତ  ବରିଷ୍ଠ  ପ୍ରଶାସନିକ ଅଧିକାରୀ ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।  ଶ୍ରୀ ଦିଲୀପ ରାଉତରାୟ, ନିର୍ଦେଶକ, ସଂସ୍କୃତି ବିଭାଗ ଓଡ଼ିଶା ସରକାର ବନ୍ଦେ ଓଡ଼ିଶାର ଅଡିଓ ଭିଜୁଆଲ ରିଲିଜ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଲେପ୍ଟନାଣ୍ଟ ଜେନେରାଲ ଡଃ ନାରାୟଣ ମହାନ୍ତି ସଭାପତିତ୍ବ କରିଥିଲେ। ଶ୍ରୀମତୀ ନିବେଦିତା ନାୟକ ସଂସ୍ଥାପିକା, ସ୍ଥାପନା ଚାରିଟେଲ ଟ୍ରଷ୍ଟର ଏହି ଭିନ୍ନ କାର୍ଯ୍ୟକ୍ରମ ବନ୍ଦେ ଓଡ଼ିଶାର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଗୋରେଖନାଥ ସାହୁ ଶିବ ପ୍ରସାଦ ମିଶ୍ର, ଶାନ୍ତା ରଥ ,ସୁଚିସ୍ଵୀତା ବଡ଼ଜେନା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ସମ୍ପାଦକ ସରୋଜ କୁମାର ଭୂୟାଁ କାର୍ଯକ୍ରମ ସଞ୍ଚାଳନ କରିଥିଲେ।