ଦୁବାଇ: ଚାମ୍ପିଆନ୍ସ ଟ୍ରଫି ୨୦୨୫ରେ ଟିମକ ଇଣ୍ଡିଆ ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳୁଛି । ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ୪୯.୪ ଓଭରରେ ସମସ୍ତ ୱିକେଟ ହାଇର ୨୨୮ ରନ କରଛି। ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୨୨୯ ରନର ଆବଶ୍ୟକତା ରହିଛି।
ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ମାତ୍ର ୨୬ ରନରେ ୩ ୱିକେଟ ହରାଇସାରିଥିଲା । ଏହାପରେ ୯ ଓଭରରେ ଅକ୍ଷୟ ପଟେଲ ବୋଲିଂ କରିବାକୁ ଆସିଥିଲେ । ଅକ୍ଷର ପଟେଲ ହ୍ୟାଟ୍ରିକ ନେବାକୁ ରହିଥିବା ବେଳେ ରୋହିତ ଶର୍ମାଙ୍କ ହାତରୁ କ୍ୟାଚ ଖସିଯାଇଥିଲା । ଫଳରେ ହ୍ୟାଟ୍ରିକରୁ ବଞ୍ଚିତ ହୋଇଥିଲେ ଅକ୍ଷର ପଟେଲ । ଏହାପରେ ତାଓ୍ବିଦ ହ୍ରିଦୟ ଏବଂ ଜାକେର ଅଲ୍ଲୀଙ୍କ ସହଭାଗିତାରେ ୧୫୦ ରନ୍ ପାର୍ କରିଥିଲା ବାଂଲାଦେଶ । ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୫ଟି ୱିକେଟ ନେଇଥିବାବେଳେ ହର୍ଷିତ ରାଣା ୩ଟି ଓ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ।