ବାଂଲାଦେଶ ଛାତ୍ର ସଂଗଠନ ଟାର୍ଗେଟରେ ପ୍ରଧାନ ବିଚାରପତି : ଇସ୍ତଫା ଦାବି କରିଛନ୍ତି ଛାତ୍ର

0

ନୂଆଦିଲ୍ଲୀ : ବାଂଲାଦେଶର ଅନ୍ତରୀଣ ସରକାର ଗଠନ ପରେ ମଧ୍ୟ ବିକ୍ଷୋଭ ଜାରି ରହିଛି । ଆଜି ପୁନର୍ବାର ବାଂଲାଦେଶ ବିବାଦ ତେଜିଛି । ବିକ୍ଷୋଭକାରୀ ମାନେ ବିଭିନ୍ନ ସ୍ଥାନରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି । ଶତାଧିକ ଛାତ୍ର ସୁପ୍ରିମକୋର୍ଟ ନିକଟରେ ଉପସ୍ଥିତ ରହି ପ୍ରଧାନ ବିଚାରପତି ଙ୍କ ଇସ୍ତଫା ଦାବି କରିଛନ୍ତି । ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ପଳାୟନ କରିଥିବା ଶୁଣାଯାଉଛି । ମିଳିଥିବା ଖବର ଅନୁଯାୟୀ, ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଜଜମାନଙ୍କ ବୈଠକ ହୋଇଥିଲା । କିନ୍ତୁ ଅନ୍ତରୀଣ ସରକାର ଉକ୍ତ ବୈଠକରେ ସାମିଲ ନଥିଲେ । ଛାତ୍ର ସଂଗଠନ ସୁପ୍ରିମକୋର୍ଟର ଭୂମିକାକୁ ନେଇ ପ୍ରଶ୍ନ ଥିବା ସହ ପ୍ରଧାନ ବିଚାରପତିଙ୍କ ଇସ୍ତାଫା ଦାବି କରିଛନ୍ତି ।
ପ୍ରକାଶ ଥାଉ କି, ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଆରମ୍ଭ ହୋଇଥିବା ଏହି ହିଂସାରେ ୪୫୦ରୁ ଉର୍ଦ୍ଧ ଲୋକଙ୍କ ଜୀବନ ଗଲାଣି। ଶତାଧିକ ଲୋକେ ଆହତ ହୋଇ ଚିକିସସହିତ ହେଉଛନ୍ତି । ହେଲେ ମଧ୍ୟ ଛାତ୍ର ସଂଗଠନର ଏହି ଆନ୍ଦୋଳନ ଥମିବାର ନାଁ ନେଉନାହିଁ ।