ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ। ୭୨ ଘଣ୍ଟା ପରେ ମହାରାଷ୍ଟ୍ରର ଥାନେରୁ ଗିରଫ କରିଛି ମୁମ୍ବାଇ ପୋଲିସ। ମୁଖ୍ୟ ଅଭିଯୁକ୍ତର ନାଁ ବିଜୟ ଦାସ, ତାର ଘର ପଶ୍ଚିମବଙ୍ଗରେ। ସେ ଥାନେର ହୀରାନନ୍ଦାନି ବସ୍ତିରେ ଶ୍ରମିକଙ୍କ ସହ ଲୁଚି ରହିଥିଲା। ସେ ଏକ ହୋଟେଲରେ କାମ କରେ। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ୩୫ଟି ଟିମ୍ ଚଳାଇଥିଲେ ଅପରେସନ୍ । ଶେଷରେ ଗିରଫ କରିଛନ୍ତି ।
ଆଜି ତାକୁ କୋର୍ଟରେ ହାଜର କରାଯିବ। ସେ ଚୋରି ଉଦ୍ଦେଶ୍ୟରେ ସୈଫ ଅଲ୍ଲୀ ଖାନଙ୍କ ଘରେ ପଶିଥିବା ବେଳେ ଆକ୍ରମଣ କରିଥିବା ପୋଲିସ ଆଗରେ ସ୍ବୀକାର କରିଛି। ଅଭିଯୁକ୍ତକୁ ତଦନ୍ତ ବେଳେ ପୋଲିସ ଅଧିକ ଖୋଳତାଡ କରି କିଛି ନୂତନ ତଥ୍ୟ ପାଇଥିବା ପ୍ରକାଶ କରିଛି ।ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇ ପୋଲିସ କହିଛି ଯେ ଅଭିଯୁକ୍ତଙ୍କ ପ୍ରକୃତ ନାମ ମହମ୍ମଦ ସରିଫୁଲ ଇସଲାମ ଶାହାଜାଦ। ତାଙ୍କର ବୟସ ପ୍ରାୟ ୩୦ ବର୍ଷ । ମହମ୍ମଦ ଇସଲାମ ଚୋରି ଉଦ୍ଦେଶ୍ୟରେ ସୈଫ ଅଲି ଖାନଙ୍କ ଘରେ ପ୍ରବେଶ କରିଥିଲା। ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ ପୋଲିସ ହେପାଜତକୁ ନିଆଯିବ। ମୁମ୍ବାଇ ପୋଲିସର କହିବା ଅନୁଯାୟୀ, ସେ ଜଣେ ବାଂଲାଦେଶୀ ।
ଭାରତରେ ପ୍ରବେଶ କରିବା ପରେ ଏହା ଏହାର ନାମ ବଦଳାଇ ବିଜୟ ଦାସଙ୍କ ନାମରେ ମୁମ୍ବାଇରେ ରହୁଥିଲେ । ମୁମ୍ବାଇରେ କିଛି ଦିନ ରହିଲେ ଏବଂ ତା’ପରେ ଏହାର ସଂଲଗ୍ନ ଅଞ୍ଚଳକୁ ଗଲେ ଜ୍ଝ ପ୍ରାୟ ୧୫ ଦିନ ପୂର୍ବରୁ ସେ ପୁଣି ମୁମ୍ବାଇ ଆସିଥିଲେ। ପୋଲିସର କହିବାନୁସାରେ, ସେ ଏକ ଗୃହରକ୍ଷୀ ଏଜେନ୍ସିରେ କାମ କରୁଥିଲେ। ତାଙ୍କ ଭାରତୀୟ ନାଗରିକତ୍ୱର ବୈଧ ଦଲିଲ ମିଳିନାହିଁ ।