କୁଳପତିଙ୍କ ଇସ୍ତଫା ଦାବିରେ ବାଣୀବିହାର ପରିସରରେ ଉତ୍ତେଜନା

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଫିସ ଘେରାଉ କରିଛନ୍ତି ହଜାର ହଜାର ଛାତ୍ରଛାତ୍ରୀ। ଆଜି ବିଶ୍ୱବିଦ୍ୟାଳୟ ଖୋଲିବା ପରେ ଶତାଧିକ ଛାତ୍ରଛାତ୍ରୀ ୧୦ ଦଫା ଦାବି ନେଇ କୁଳପତିଙ୍କ ଘେରାଉ କରିଛନ୍ତି । ଛାତ୍ରଛାତ୍ରୀଙ୍କ ବଳପୂର୍ବକ ଅଫିସ ମଧ୍ୟକୁ ପ୍ରବେଶ ଉଦ୍ୟମକୁ ନେଇ ପରିସରରେ ମୁତୟନ ପୁଲିସ ବିରୋଧ କରିବାରୁ ପୁଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଚସା ହୋଇଛି ।
ଆଜି ବିଶ୍ୱବିଦ୍ୟାଳୟରେ ପାଠପଢ଼ା ବନ୍ଦ କରି ପ୍ରାୟ ୨୦୦୦ ଶିକ୍ଷାର୍ଥୀ କୁଳପତିଙ୍କ ଇସ୍ତଫା ଦାବି କରି ତାଙ୍କ ଅଫିସ ଗେଟରେ ତାଲା ପକାଇ ଦେଇଥିବା ବେଳେ କୁଳପତି ଭିତରେ ରହିଛନ୍ତି । ହଷ୍ଟେଲ୍‌ ମରାମତି, ପାଚେରି ନିର୍ମାଣ ଏବଂ ଆଲୋକ ବ୍ୟବସ୍ଥାର ମରାମତି ନ ହେବା ଯାଏଁ ଧର୍ମଘଟ ଚାଲୁ ରହିବ ବୋଲି ଘୋଷଣା କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ପରିସରରେ ୪ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି। ଡିସିପି ସେଠାରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।