ନିଲାମ ହେବନି ସନ୍ନିଙ୍କ ଘର , ବ୍ୟାଙ୍କ ଫେରାଇ ନେଲା ନୋଟିସ

0

ନିଲାମ ହେବନି ସନ୍ନିଙ୍କ ଘର ।ଶନିବାର ସନ୍ନିଙ୍କ ମୁମ୍ବାଇ ଜୁହୁସ୍ଥିତ ଘର ନିଲାମ ନେଇ ବ୍ୟାଙ୍କ ତରଫରୁ ବିଜ୍ଞପ୍ତି ବାହାରିଛି । ସନ୍ନି ବ୍ୟାଙ୍କରୁ ୫୬କୋଟି ଟଙ୍କା ଲୋନ୍ ନେଇଥିଲେ । ସେଥିପାଇଁ ଘର ନିଲାମ ପାଇଁ ହୋଇଥିଲା ନୋଟିସ । ଋଣ ପ୍ରତିଶୋଧ ନ କରିବାରୁ ବ୍ୟାଙ୍କ ନୋଟିସ ପଠାଇଥିଲେ । ସେପ୍ଟେମ୍ବର ୨୫ ତାରିଖରେ ନିଲାମ ହେବା ପାଇଁ ବ୍ୟାଙ୍କ ସ୍ଥିର କରିଥିଲା । ଏବେ ବ୍ୟାଙ୍କ ନୋଟିସ ଫେରାଇ ନେଇଛନ୍ତି । ବ୍ୟାଙ୍କ ନୋଟିସ ଫେରାଇନେବା ନେଇ ରାଜନୀତି ତେଜିଛି ।

କଂଗ୍ରେସ ସାଂସଦ ଜୟରାମ ରମେଶଙ୍କ ଏହି ଗଟଣା ନେଇ ପ୍ରଶ୍ନ ଉଠାଇଛନ୍ତି । ଜୟରାମ ରମେଶ କହିଛନ୍ତି ୨୪ ଘଂଟା ମଧ୍ୟରେ ବିଜେପି ସାଂସଦଙ୍କୁ ମିଳିଥିବା ନୋଟିସ୍ ଫେରାଇନେବା ନିଷ୍ପତି ପଛର କାରଣ କଣ । ସେହିପରି ବୈଷୟିକ କାରଣ କଣ ବୋଲି କଂଗ୍ରେସ ସାଂସଦ ପ୍ରଶ୍ନ ଉଠାଇଛନ୍ତି ।