ନିର୍ବାଚନ ଲଢିବେନି ବାଙ୍କି ବିଧାୟକ ପ୍ରଭାତ

0

(ଅନୁସ୍ୱୟା)ଭୁବନେଶ୍ୱର : ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ରହିଛି । ସମସ୍ତ ରାଜନୈତିକ ଦଳ ଓ ରାଜନେତାଙ୍କ ମଧ୍ୟରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ନିର୍ବାଚନୀ ଟିକେଟ ପାଇଁ ନେତା ମାନଙ୍କ ମଧ୍ୟରେ କସରତ ଚାଲିଥିବା ବେଳେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ ନୈତିକା ଦେଖାଇଛନ୍ତି । ନିର୍ବାଚନ ଲଢିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ପ୍ରଭାତ ତ୍ରିପାଠୀ । ସେ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଚିଟଫଣ୍ଡ ନେଇ ତାଙ୍କ ନାଁରେ ଏକ ମାମଲା ରହିଛି । ଯେତେ ପର୍ଯ୍ୟନ୍ତ ଏହି ମାମଲରୁ ସେ ମୁକୁଳି ନାହାନ୍ତି ସେତେ ପର୍ଯ୍ୟନ୍ତ ସେ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ଦଳ ଯଦି ଚାହିଁବ ତେବେ ସେ ଦଳୀୟ କାର୍ଯ୍ୟ କିମ୍ବା ପ୍ରଚାର କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇଛନ୍ତି ପ୍ରଭାତ ତ୍ରିପାଠୀ ।