ଭୁବନେଶ୍ୱର : ଆର୍ଥିକ ଅନ୍ତର୍ଭୁକ୍ତକରଣ ଓଡ଼ିଶା ସରକାରଙ୍କର ଏକ ମୁଖ୍ୟ କାର୍ୟ୍ୟକ୍ରମ । ଏହା ମୁଖ୍ୟ ଆର୍ଥିକ ସଂସ୍ଥାମାନଙ୍କର ଏକ ନିର୍ଦ୍ଦିଷ୍ଟ କାର୍ୟ୍ୟକ୍ରମ । ଯାହାଦ୍ୱାରା ସରକାର ସମାଳର ଗରିବ ତଥା ନିମ୍ନ ବର୍ଗରେ ଥିବା ଲୋକମାନଙ୍କ ପାଇଁ ଆର୍ଥିକ ସେବା ସୁଲଭ ମୂଲ୍ୟ ଓ ସ୍ଵଚ୍ଛଳ ଉପାୟରେ ଉପଲବ୍ଧ କରିଥାନ୍ତି । ଓଡ଼ିଶା ରାଜ୍ୟ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏକ ମୁଖ୍ୟ ସମସ୍ୟା, ଯେହେତୁ ରାଜ୍ୟର ଅଧିକାଂଶ ଜାଗାରେ ବ୍ୟାଙ୍କର ଉପସ୍ଥିତି ବହୁତ କମ୍ ରହିଛି । ଯଦିଓ ବିଗତ ୫ ବର୍ଷରେ ରାଜ୍ୟରେ ବ୍ୟାଙ୍କ ଶାଖାର ବୃଦ୍ଧି ଘଟିଛି । ଏହା ସମାନ ଭାବରେ ସବୁଜିଲ୍ଳା ମାନଙ୍କରେ ଘଟିନାହିଁ । ରାଜ୍ୟରେ ଥିବା ସର୍ବମୋଟ ୬,୭୯୪ ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୨,୬୩୦ ଟି ଗ୍ରାମ ପଞ୍ଚାୟତରେ ୫, ୬୯୫ ଟି ସ୍ଥାୟୀ ଶାଖା ରହିଛି । ବାକି ୪,୧୬୦ ଟି ଗ୍ରାମ ପଞ୍ଚାୟତରେ କୌଣସି ଆର୍ôଥକ ସେବାକେନ୍ଦ୍ର ନାହିଁ । ଯଦିଓ ବିଗତ ପାଞ୍ଚ ବର୍ଷରେ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଯୌଗିକ ବାର୍ଷିକ ବୃଦ୍ଧି ହାର ଶତକଡା ୧,୫୫ ଥିଲାବେଳେ ରାଜ୍ୟରେ ତାହା ଶତକଡ଼ା ୨.୫୮ ରହିଛି, ତଥାପି ରାଜ୍ୟରେ ସ୍ଥାୟୀ ବ୍ୟାଙ୍କ ଶାଖାର ଉପସ୍ଥିତି ସମତୁଲ ଭାବେ ରହିନାହିଁ ।
ବ୍ୟବସାୟିକ ଲାଭ ଦୃଷ୍ଟିକୋଣରୁ ରାଜ୍ୟର ଅଧିକାଂଶ ବ୍ୟାଙ୍କ ଶାଖା କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇ ରହିଅଛି । ରାଜ୍ୟର ହାରାହାରି ବ୍ୟାଙ୍କ ଶାଖାର ସଂଖ୍ୟା ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ମାତ୍ର ୧୩.୫୭ଟି ଥିଲାବେଳେ ୨୦ରୁ ଅଧିକ ଜିଲ୍ଲାରେ ଏହି ସଂଖ୍ୟା ଆହୁରି କମ୍ ରହିଅଛି । ରାଜ୍ୟର ଦୂରଦୂରାନ୍ତରର ଲୋକମାନେ ସିଧାସଳଖ ଲାଭ ସ୍ଥାନାନ୍ତର ସହିତ ମୌଳିକ ବ୍ୟାଙ୍କିଙ୍ଗ ସେବା ପାଇଁ ସଂଘର୍ଷ କରୁଛନ୍ତି । ଯେହେତୁ ଆର୍ଥିକ ଅନ୍ତର୍ଭୁରୀକରଣ ପାଇଁ ବ୍ୟାଙ୍କିଙ୍ଗ ଏକ ଅତ୍ୟାବଶ୍ୟକ ସେବା, ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏକ ଦୃଷ୍ଟିକୋଣ ରହିଛି ଯେ ରାଜ୍ୟର ଦୁର୍ଗମ କୋଣ ଅନୁକୋଣରେ ଜଣେବି ନାଗରିକ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ସମେତ ମୌଳିକ ବ୍ୟାଙ୍କିଙ୍ଗ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା ସ୍ଥାପନ କରିବାକୁ ବ୍ୟାଙ୍କ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଥାନ୍ତି । ଭିତିଭୂମି ସହାୟତା ମାନମରେ ୫ ବର୍ଷ ପାଇଁ ନିର୍ଦ୍ଦାରିତ ବାଣିଜ୍ୟିକ ବ୍ୟାଙ୍କ ଗୁଡିକୁ ବିନା ଭଡାରେ ନିୟୋଜିତ କରିବା ଇତ୍ୟାଦି ।
ପର୍ଯ୍ୟାୟକ୍ରମେ ସମସ୍ତ ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବାର ବ୍ୟାପକ ଲକ୍ଷ୍ୟ ହାସଲ କରିବା ପାଇଁ, ଅର୍ଥ ବିଭାଗ, ଭାରତୀୟ ରିଜର୍ଭ ବ୍ୟାଙ୍କ, ନାବାର୍ଡ ଏବଂ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ସହିତ ପରାମର୍ଶ କରି ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରାଥମିକତା ଭିତିରେ ସ୍ଥାୟୀ ଶାଖା ଖୋଲିବା ପାଇଁ ୨୭୦ ଟି ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତ ଚିହ୍ନଟ କରିଛନ୍ତି । ଏଥିମଧ୍ୟରୁ ୧୫୦ ଟି ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ଭିତିଭୂମି ସୃଷ୍ଟି କରିବା ପାଇଁ ପ୍ରତିଟି ଗ୍ରାମ ପଞ୍ଚାୟତରୁ ୯୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ସମସ୍ତ ସକ୍ରିୟ ପଦକ୍ଷେପ ସତ୍ତେ୍ୱ ବ୍ୟାଙ୍କ ଗୁଡିକ ଦ୍ୱାରା ବ୍ୟାଙ୍କବିହୀନ ଗ୍ରମ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖାର ସ୍ଥାପନ କ୍ଷେତ୍ରରେ ଅଗ୍ରଗତି ଅତ୍ୟନ୍ତ ମନ୍ଥର ଏବଂ ସାମାନ୍ୟ ଅଟେ । ବ୍ୟାଙ୍କିଙ୍ଗ ସେବା ଗୁଡିକୁ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଆମ ସରକାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବା ଲକଙ୍କର ସ୍ୱଳ୍ପ ମୂଲ୍ୟର ଶାଖା ମଡେଲ ନିୟୋଜିତ କରିବା ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ, ରାଜ୍ୟ ସ୍ତରୀୟ ବ୍ୟାଙ୍କ ,ନାବାର୍ଡ ଏବଂ ରାଜ୍ୟର ପ୍ରମୁଖ ବ୍ୟାଙ୍କ ମୁଖ୍ୟମାନଙ୍କ ସହିତ ଆଲୋଚନା କରୁଛନ୍ତି ।