ଏଣିକି ଏଟିଏମ୍‌ରେ କ୍ୟାସ୍ ନଥିଲେ ବ୍ୟାଙ୍କ ଉପରେ ଲାଗିବ ଫାଇନ : ଆରବିଆଇ

ଆରବିଆଇ ଜାରି କଲା ନୂଆ ନିୟମ। ଏଣିକି ଏଟିଏମ୍‌ରେ କ୍ୟାସ୍ ନଥିଲେ ବ୍ୟାଙ୍କ ଉପରେ ଲାଗିବ ଫାଇନ । ୧୦ ହଜାର ଟଙ୍କାର ଜରିମାନା ଗଣିବ ବ୍ୟାଙ୍କ। ୨୦୨୧ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ ଏହି ନିୟମ।

0

(ଦିଲ୍ଲୀ) : ଆରବିଆଇ ଜାରି କଲା ନୂଆ ନିୟମ। ଏଣିକି ଏଟିଏମ୍‌ରେ କ୍ୟାସ୍ ନଥିଲେ ବ୍ୟାଙ୍କ ଉପରେ ଲାଗିବ ଫାଇନ । ୧୦ ହଜାର ଟଙ୍କାର ଜରିମାନା ଗଣିବ ବ୍ୟାଙ୍କ। ୨୦୨୧ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ ଏହି ନିୟମ।

ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ, ଯଦି କୌଣସି ମାସରେ ୧୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଯେ କୌଣସି ଏଟିଏମ୍‌ରେ ନଗଦ ଟଙ୍କା ନରୁହେ ତେବେ ସମ୍ପୃକ୍ତ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯିବ। ଲୋକମାନଙ୍କ ସୁବିଧା ପାଇଁ ଏଟିଏମରେ ପର୍ଯ୍ୟାପ୍ତ ଅର୍ଥ ଉପଲବ୍ଧ କରାଇବା ହେଉଛି ଆରବିଆଇର ଲକ୍ଷ୍ୟ। ସେହିପରି ହ୍ଵାଇଟ୍ ଏଟିଏମ୍ ଗୁଡ଼ିକରେ ମଧ୍ୟ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଟଙ୍କା ଉପଲବ୍ଧ ନହେଲେ ଜରିମାନା ଆଦାୟ କରାଯିବ।