(ରିିପୋର୍ଟସ ଟୁଡେ / ଶୁଭସ୍କିତା ଦାଶ ) : ଆପଣ ସର୍ବଦା ନିଜ ଭାଗ୍ୟକୁ ନେଇ ଚନ୍ତିତ ରହୁଥିବେ ନିଶ୍ଚିତ । ଏଥିରୁ ମୁକ୍ତି ପାଇଁବା ଆପଣ ସର୍ବଦା ଚେଷ୍ଟା ମଧ୍ୟ କରୁଥିବେ । ଏନେଇ ଠାକରୁଙ୍କ ପାଖରେ ବିଭିନ୍ନ ପୂଜା କରୁଥିବେ ଏବଂ ତା ସହିତ ବାସ୍ତୁଶାସ୍ତ୍ରର ମଧ୍ୟ ସାହାର୍ଯ୍ୟ ନେଉଥିବେ । ହେଲେ ମଧ୍ୟ ଆପଣଙ୍କ ଭାଗ୍ୟରେ ସେହିପରି କୌଣସି ଆଖିଦୃଷ୍ଟିୟା ପରିବର୍ତନ ମଧ୍ୟ ହୋଇପାରୁ ନାହିଁ । ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ କହିବୁ । ଯେଉଁଥିରେ ନିଜର ଭାଗ୍ୟ ମଧ୍ୟ ପରିବର୍ତନ କରିପାରିବେ । ଭାଗ୍ୟ ପରିବର୍ତନ କରିବାକୁ ଚାହୁଁଥିଲେ ବଂଶୀ ର ବ୍ୟବହାର କରନ୍ତୁ । ବଂଶୀ ହେଉଛି କାହ୍ନାଙ୍କ ବାଦ୍ୟ । ଏହି ବଂଶୀ ମଧ୍ୟରେ ଅନେକ ପ୍ରଭାବଶାଳୀ ଗୁଣ ଲୁଚି ରହିଥାଏ । ଆସନ୍ତୁ ଜାଣିବା କଣ :
ଦାମ୍ପତ୍ୟ ଜୀବନ
ସର୍ବଦା କଳହ ଲାଗି ରହିଲେ ଆପଣ ବଂଶୀର ବ୍ୟବହାର କରି ଖୁସି ଆଣିପାରିବେ।ଶୋଇବା ଖଟର ଉପର ପାର୍ଶ୍ବରେ ଘରର ପିଲର ରହିବାକୁ ଅଶୁଭ କହାଯାଇଥାଏ। ଏଣୁ ଏହାକୁ ଦୂର କରିବା ପାଇଁ ସ୍ତମ୍ବର ଦୁଇ ପାଶ୍ବରେ ନାଲି ଫିତାରେ ବଂଶୀ ବାନ୍ଧି ଦିଅନ୍ତୁ। ଦେଖିବେ ସସସ୍ତ ସମସ୍ୟା ଦୂର ହୋଇଯିବ।
ଆର୍ଥିକ ସମସ୍ୟା
ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ରୂପା ବଂଶୀ ରଖନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ, ରୂପା ବଂଶୀ ରଖିବା ଦ୍ବାରା ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ଘରୁ ବାସ୍ତୁ ଦୋଷ ଦୂର ହୋଇଥାଏ। ବାସ୍ତୁ ସହ ଜଡ଼ିତ ଏହି ଉପାୟ ପାଳନ କରିବା ଦ୍ବାରା ଘରର ଆର୍ଥିକ ପରିସ୍ଥିତି ମଧ୍ୟ ଠିକ ହୋଇଥାଏ।
ଆଧ୍ୟାତ୍ମିକ ଶକ୍ତି
ଯଦି ଆପଣ ଧାର୍ମିକ ବା ଆଧ୍ୟାତ୍ମିକ ସାଧନାରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ଆପଣ ବଂଶୀର ଉପଯୋଗ କରି ଏହି କ୍ଷେତ୍ରରେ ସଫଳ ହୋଇପାରିବେ। ଆଧ୍ୟାତ୍ମିକ ସାଧନାରେ ସଫଳ ହେବା ପାଇଁ ଆପଣ ସାଧନା ସ୍ଥଳ, ମନ୍ଦିର ଆଦିରେ ୨୧ ବା ୫୧ଟି ବଂଶୀରେ ତିଆରି ହୋଇଥିବା ଝାଲର ଲଗାନ୍ତୁ।
ବାସ୍ତୁଦୋଷ ଦୂର
କବାଟର ଦୁଇ ପାଶ୍ବରେ ବଂଶୀ ଲଗାଇ ଦିଅନ୍ତୁ। ଏପରି କରିବା ଦ୍ବାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ।