ବାପି ଲେହେରୀଙ୍କୁ କରୋନା

0

(ମୁମ୍ବାଇ ): ବଲିଉଡ ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା କମ୍ପୋଜର ବାପି ଲେହେରୀ କରୋନା ସଂକ୍ରମିତ ହୋଇଛନ୍ତି । ସେ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବାପିଙ୍କ ଝିଅ ରୀମା ଲେହେରୀ ବୟାନ ଜାରି କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସତର୍କତା ଅବଲମ୍ବନ କରିବା ସତ୍ତ୍ବେ ତାଙ୍କ ଦେହରେ ସାମାନ୍ୟ କୋଭିଡ୍ ଲକ୍ଷଣ ଦେଖାଯାଇଥିଲା। କରୋନା ରିପୋର୍ଟ ପଜିଟିଭି ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେ ଖୁବ୍‌ଶୀଘ୍ର ଠିକ ହୋଇଯିବେ ଏବଂ ଘରକୁ ଯିବେ ବୋଲି ଆଶା କରୁଛୁ ।
ଦିନକୁ ଦିନ କରୋନା ଭାଇରସ ବୃଦ୍ଧି ପାଇବାରେ ଲାଗିଛି। ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ତାରକା ମଧ୍ୟ କରୋନା ସଂକ୍ରମିତ ହୋଇସାରିଛନ୍ତି । କାର୍ତ୍ତିକ ଆର‌୍ୟ୍ୟନ୍, ଆମୀର ଖାନ, ସତୀଶ କୌଶିକ, ରଣବୀର କପୁର, ସଞ୍ଜୟ ଲୀଲା ଭନସାଲୀ, ଅମିତାଭ ବଚ୍ଚନଙ୍କ ପରି ଅନେକ ତାରକା କରୋନା ଆକ୍ରାନ୍ତ ହୋଇସାରିଛନ୍ତି।