ଆଜିଠୁ ଆରମ୍ଭ ହେଲା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି

0

କଟକ: ଆଜିଠୁ ଆରମ୍ଭ ହେଲା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି । ଏହି ଟିକେଟ୍ ବିକ୍ରି ଉଭୟ ଅଫଲାଇନ ଓ ଅନଲାଇନରେ ହେବ । ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି । ମୋଟ ୫ ହଜାର ଟିକେଟ୍ ଅନଲାଇନରେ ମିଳିବାକୁ ଥିବା ବେଳେ ଜଣେ ଲୋକ ଦୁଇଟି ଟିକେଟ କିଣିପାରିବେ । ଭୁବନେଶ୍ବର ଓ କଟକରେ ଦୁଇଟି ଲେଖାଏଁ କାଉଣ୍ଟର ଖୋଲାଯାଇଛି ।

ପେଟିଏମ ଆପ୍ ଜରିଆରେ ଅନଲାଇନ ଟିକେଟ ବୁକ ମଧ୍ୟ କରିପାରିବେ ଦର୍ଶକ । ବୁକିଂ କରିବା ସମୟରେ ନିଜର ପରିଚୟ ପତ୍ର ଦେବାକୁ ପଡିବ ଦର୍ଶକଙ୍କୁ । ଗ୍ୟାଲେରୀ ନଂ ୨, ୪, ୭, ସ୍ପେସାଲ ଏନ୍‍କ୍ଲୋଜର ବ୍ଲକ ଏ, ନ୍ୟୁ ପ୍ୟାଭିଲିୟନ- ୧ର କିଛି ଟିକଟ କେବଳ ଅନ୍‍ଲାଇନରେ ମିଳିବକୁ ଥିବା ବେଳେ ଗ୍ୟାଲେରୀ ନଂ-୧, ୩, ୫ ଭଳି ଚାହିଦା ଥିବା ସ୍ଥାନର ଟିକଟ ଅନଲାଇନରେ ଉପଲବ୍ଧ ହେବନାହିଁ ।

୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ ଟା ମଧ୍ୟରେ ସେମାନଙ୍କ ଟିକେଟର ହାର୍ଡକପି ସଂଗ୍ରହ କରିବେ । ପେଟିଏମ୍‍, ପେଟିଏମ୍‍ ଇନସାଇଡର ମୋବାଇଲ ଆପ୍ଲିକେସନ କିମ୍ବା ଡବ୍ଲୁ ଡବ୍ଲୁ ଇନସାଇଡର ଡଟ୍ ଇନରେ ୱେବସାଇଟରେ ଟିକେଟ କିଣି ପାରିବେ ଦର୍ଶକ । ଜୁନ୍ ୧୨ରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଖେଳାଯିବ । ଜୁନ୍ ୧୦ରେ ଭୁବନେଶ୍ବର ପହଞ୍ଚିବେ ଖେଳାଳି । ଷ୍ଟାଡିୟମରେ ଖେଳ ଦେଖିବା ପାଇଁ ୪୪ ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।