କଟକ ବାଲିଯାତ୍ରାରେ ଅବ୍ୟବସ୍ଥାକୁ ନେଇ ବର୍ଷିଲେ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ

0

ଭୁବନେଶ୍ୱର; କଟକ ବାଲିଯାତ୍ରାରେ ଅବ୍ୟବସ୍ଥାକୁ ନେଇ ବର୍ଷିଲେ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ । ଖାଲି ବର୍ଷି ନାହାନ୍ତି ଚେତାବନୀ ବି ଦେଇଛନ୍ତି । ବିଧାୟିକା କହିଛନ୍ତି, ଯଦି କାମ କରିବାର ଅଛି କର ନହେଲେ କଟକ ଛାଡ । ସୂଚନାମୁତାବକ, ବାଲିଯାତ୍ରାରେ କରେଣ୍ଟ ଲାଗି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ମଞ୍ଚରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା ‘ସୋ’କୁ ଅଧାରୁ ବନ୍ଦ ଘଟଣାକୁ ନିନ୍ଦା କରିଛନ୍ତି । ବାରବାଟୀ କଟକ ବିଧାୟିକା କହିଛନ୍ତି ଏଭଳି ହେବା ଦ୍ଵାରା ବାଲିଯାତ୍ରା ର ମର୍ୟ୍ୟାଦା ହାନି ହେବା ସହ ଲୋକଙ୍କ ମନକୁ ଆଘାତ ପହଁଞ୍ଚିଛି । ଏବେବି ପୂର୍ବ ସରକାର ଭଳି ଏ ସରକାରରେ ଅଫିସର ରାଜ ଚାଲିଛି ଦାୟିତ୍ୱହୀନ ଭାବେ ଯେଉଁ ଅଫିସର କାମ କରୁଛନ୍ତି ସେମାନେ ଦାୟିତ୍ୱବାନ ହୁଅନ୍ତୁ ନଚେତ୍ କଟକ ଛାଡନ୍ତୁ ବୋଲି କହିଛନ୍ତି ସୋଫିଆ ଫିର୍ଦ୍ଦୋଶ ।