ବରଗଡରେ଼ ସିଟି ହସପିଟାଲ କରିବାକୁ ଦାବି

0

(ସରୋଜ କୁମାର ରାଉତ)ଭୁବନେଶ୍ୱର: ବରଗଡ଼ରେ ସିଟି ହସପିଟାଲକୁ ନେଇ ଦୀର୍ଘ ଦିନ ହେବ ଦାବି ହୋଇଆସୁଛି । ଏହି ଦାବି ନେଇ ଗତ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଥିଲା । ତେବେ ଏନେଇ ଆଜି ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଏକ ଦଳ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋଇ ଦାସଙ୍କୁ ଭେଟି ହସପିଟାଲ ତିଆରି ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ହସପିଟାଲରେ କିପରି ୨୪ ଘଣ୍ଟିଆ ସେବାଯୋଗାଇ ଦିଆଯିବ ସେ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।
ସୂଚନାଯୋଗ୍ୟ ଯେ,ବରଗଡ ଜିଲ୍ଲାରେ ଥିବା ଚିକିତ୍ସାଳୟ ଟୁକୁରଲା କୁ ସ୍ଥାନାନ୍ତରିତ ହେବା ପରେ ବରଗଡ଼ ସହର ଲୋକ ଏହାକୁ ତୀବ୍ର ବିରୋଧ କରିଛନ୍ତି ସହରରେ ସେଭଳି କୌଣସି ଭଲ ସରକାରୀ ହସପିଟାଲ ନଥବାରୁ ବରଗଡ ସହରରେ ଏକ ସିଟି ହସ୍ପିଟାଲ ନିର୍ମାଣ କରାଯାଉ ବୋଲି ବରଗଡ଼ ବାସୀ ଦାବି ଜଣାଇଛନ୍ତି ।