ବରପଦା : ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ କର୍ମଚାରୀଙ୍କ ମଧ୍ୟରେ ଫାଟ । ଭଦ୍ରକର ଐତିହ କୁହାଯାଉଥିବା ଏହି ଯାନ୍ତ୍ରିକ ମହାବିଦ୍ୟାଳୟ ବନ୍ଦ ପାଇଁ ଚାଲାଇଥିବା ଷଢଯନ୍ତ୍ରକାରୀଙ୍କୁ ନେଇ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି ଅନେକ କର୍ମଚାରୀ । ପୂର୍ବରୁ ମହାବିଦ୍ୟାଳୟ ପରିଚାଳନା ସମିତିର ଦୁର୍ନିତିକୁ ନେଇ କେତେକ କର୍ମଚାରୀ ଆଣିଥିଲେ ଅଭିଯୋଗ । ପରେ ଏନେଇ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଥିଲା । ଏଭଳି ଅନେକ ଦୁର୍ନିତି କର କାର୍ଯ୍ୟ ଲାଗି ଚର୍ଚ୍ଚାରେ ରହି ଆସିଛି ଏହି ମହାବିଦ୍ୟାଳୟ ।
ଭଦ୍ରକର ଏକ ହୋଟେଲରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କର୍ମଚାରିମାନେ ସୂଚନା ଦେଇ ଜଣାଇଛନ୍ତି ଯେ, ବରପଦା ଯାନ୍ତ୍ରୀକ ମହାବିଦ୍ୟାଳୟର ପରିଚାଳନାଗତ ବିବାଦ କୋର୍ଟର ବିଚରାଧୀନ ରହିଛି । ଉଚ୍ଚ ନ୍ୟାୟାଳଙ୍କ ନିର୍ଦ୍ଦେଶରେ ସର୍ତ୍ତମୁଳକ ଏହାର ପରିଚାଳନା ଦାୟିତ୍ୱ ପରିଚାଳନା କମିଟିକୁ ପ୍ରଦାନ କରିଛି । ସେ ସର୍ତ୍ତ ଗୁଡିକ ମଧ୍ୟରେ ଗୋଟିଏ ସର୍ତ୍ତ ରହିଛି ଯେ, ପରିଚାଳନା କମିଟି ପ୍ରତିମାସ ୭ ତାରିଖ ମଧ୍ୟରେ କର୍ମଚାରୀଙ୍କୁ ଦରମା ପୈଠ କରିବେ ।
ତେବେ ମହାବିଦ୍ୟାଳୟର ଏହି ବିବାଦ ଆଉ କୋଭିଡ କାରଣରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି । ଗୋଟିଏ ପ୍ରକାର ନାମ ଲେଖା ବନ୍ଦ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯେଉଁ କାରଣରୁ ଆର୍ଥ ôକ ସ୍ଥିତି ବିଗାଡିବାରେ ଲାଗିଛି । ଯାହାଫଳରେ ଧାର୍ଯ୍ୟ ସମୟରେ ପରିଚାଳନା କମିଟି ଦରମା ଦେଇ ପାରି ନଥିଲା । ଏଣୁ ଅନେକ କର୍ମଚାରୀ ଉଚ୍ଚ ନ୍ୟାୟାଳୟରେ ପିଟିସନ(୨୦୮୫/୨୦୨୯) ମଧ୍ୟ ଦାଖଲ କରିଛନ୍ତି । ଯାହାର ଶୁଣାଣୀ ଗତ ଏପ୍ରିଲ ୨୫କୁ ଧାର୍ଯ୍ୟ ହୋଇଥିଲା । କିନ୍ତୁ କିଛି କର୍ମଚାରୀ ସେହି ସମୟକୁ ଅପେକ୍ଷା ନ କରି ଅନ୍ୟ କର୍ମଚାରୀଙ୍କୁ ପ୍ରବର୍ତ୍ତାଇ । ଆନ୍ଦୋଳନାତ୍ମକ ପନ୍ଥା ଆପଣାଇ ଧାରଣାରେ ବସିଥିଲେ । ତେବେ ପରବର୍ତ୍ତୀ ଶୁଣାଣୀ ଆସନ୍ତା ସେପ୍ଟେମ୍ବର ୬ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି । ହେଲେ କର୍ମଚାରୀଙ୍କ ଏହି ଅନ୍ଦୋଳନକୁ ବୁଦ୍ଧିଜୀବି ମହଲରେ ଘୋର ନିନ୍ଦା କରାଯାଉଛି ।
ଏହି ବେଆଇନ ଧର୍ମଘଟକୁ ବିରୋଧ କରି କଲେଜ ଅଧ୍ୟକ୍ଷ ଓ ମୁଖ୍ୟ ମାନେ ଗତ ୧୮ ତାରିଖରେ ଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଏପଟେ ମହାବିଦ୍ୟାଳୟରେ ନାମ ଲେଖା ଚାଲୁ ରହିଥିବା ବେଳେ କିଛି ନ୍ୟସ୍ତ ସ୍ୱାର୍ଥ ହାତ ଗଣତି କର୍ମଚାରୀ ଯେଉଁ ଭଳି କାମ କରୁଛନ୍ତି ତାକୁ ଦେଖି ଲାଗୁଛି ଯେ ସେମାନେ ପେଟପାଟଣା ଚିନ୍ତା କମ ଆଉ ମହାବିଦ୍ୟାଳୟ ବନ୍ଦ କରିବାରେ ଲାଗିପଡିଛନ୍ତି । ତେବେ ଏହାକୁ ସେମାନେ ଘୋର ବିରୋଧ କରିବା ସହ ନ୍ୟାୟାଳୟର ନ୍ୟୁକୁ ଅପେକ୍ଷା କରିବା ଉଚିତ ବୋଲି ସମ୍ମିଳନୀରେ କହିଛନ୍ତି ।