ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ବାସୁଙ୍ଗା ପାଟ

0

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପହଞ୍ଚିଲା ବାସୁଙ୍ଗା ପାଟ । ତିଗିରିଆ ନୂଆପାଟଣା ଅଞ୍ଚଳରୁ ଆସିଛି ୩ କୁଇଣ୍ଟାଲ ବାସୁଙ୍ଗ ପାଟ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବାସୁଙ୍ଗା ପାଟକୁ ପ୍ରଶାନିକ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣା ଟସର ବ୍ୟବସାୟଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ବାସୁଙ୍ଗା ପାଟ ଲାଗି ବରାଦ କରାଯାଇଥିଲା । ପୂର୍ବରୁ ପାଟର ସାମ୍ପୁଲ ଚିହ୍ନଟ କରିବା ଲାଗି ବାଡଗ୍ରାହୀ ସେବକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପାଟର ମାନ ଅନୁଧ୍ୟାନ କରିବା ପରେ ପ୍ରଶାସନ ବରାଦ ଦେଇଥିଲା ।