ବୟନ ଶିଳ୍ପ ଉପ ନିର୍ଦ୍ଧେଶକ ଅଫିସକୁ ପୁନଃସ୍ଥାପନ କରା ନଗଲେ ଆନ୍ଦୋଳନ ହେବ: ବଳଦେବ

0

ସୁବର୍ଣ୍ଣପୁର/ଓମପ୍ରକାଶ ମିଶ୍ର: ବୟନ ଶିଳ୍ପ ଉପ-ନିର୍ଦ୍ଧେଶକ ଅଫିସକୁ ହଠାତ ଉଠାଇ ଦେଇ ପୁଣି ସରକାର ପୂର୍ବ ଭଳି ସହକାରୀ ବୟନ ଶିଳ୍ପ ଅଫିସ ଭାବେ ନାମକୁ ମାତ୍ର ଏକ ଥଇଥାନ କେନ୍ଦ୍ର ଭଳି ପ୍ରତିଷ୍ଠା କରିବା ଘଟଣା କୁ ସୁବର୍ଣ୍ଣପୁର ବିଜେପି ନେତା ତଥା ସଚେତନ ନାଗରିକ ବଳଦେବ ପ୍ରସାଦ ବେଦବାକ ରାଜ୍ୟ ସରକାର ଙ୍କୁ ଦୃଢ଼ ନିନ୍ଦା ଓ ସମାଲୋଚନା କରିଛନ୍ତି କ୍ଷ ଏବଂ ଏହି ଡ଼ି, ଡ଼ି, ଟି ଅଫିସ କୁ ତୁରନ୍ତ ପୁନଃ ସ୍ଥାପନ କରିବାକୁ ଆଜି ଶ୍ରୀ ବେଦବାକ ଙ୍କ ନେତୃତ୍ୱ ରେ କିଛି ସଚେତନ ନାଗରିକ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି କ୍ଷ ବୁଣାକାର ବହୁଳ ଜ଼ିଲ୍ଲା ଓ ଟେକ୍ସ ଟାଇଲ ର ଅନେକ ସମ୍ଭାବନା ଓ ଉଜ୍ବଳ ଭବିଷ୍ୟତ ଥିବା ଜ଼ିଲ୍ଲା ରୁ ଉପ ନିର୍ଦ୍ଧେଶକ ଅଫିସ ଉଠିଯିବା ଜ଼ିଲ୍ଲା ପାଇଁ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ଶ୍ରୀ ବେଦବାକ ମତ ରଖି ଥିଲେ କ୍ଷ
ଜ଼ିଲ୍ଲା ରେ ୧୨୦୦୦ (ବାର ହଜାର) ରୁ ଉର୍ଦ୍ଧ୍ୱ ବୁଣାକାର ଓ ୬୫୦୦ ରୁ ଉର୍ଦ୍ଧ୍ୱ ତନ୍ତ ପରିବାର ରହିଥିବକ୍ଷ ଓ ପାଟ ଓ ବୟନ ଶିଳ୍ପ କ୍ଷେତ୍ର ରେ ପୃଥିବୀ ରେ ଖ୍ୟାତି ଅର୍ଜନ କରିଥିବା ଏହି ଜ଼ିଲ୍ଲା କୁ ପ୍ରତ୍ୟକ କ୍ଷେତ୍ରରେ ସରକାର ଏତେ ଅବହେଳା କରିବାକୁ ସାହସ କରୁଛନ୍ତି କେମିତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି କ୍ଷ ସରକାରୀ ନିୟମ ହିସାବ ରେ ଗୋଟାଏ ବିଭାଗ ର ଗ୍ରେଡ଼ କୁ ବୃଦ୍ଧି ଯାଇପାରେ କିନ୍ତୁ ଡ଼ିମୋସନ କରିବାର ସରକାର ଙ୍କ କୌଣସି ନିୟମ ଵା ଅଧିକାର ନାହିଁ ବୋଲି ମଧ୍ୟ ଶ୍ରୀ ବେଦବାକ ପ୍ରକାଶ କରିଛନ୍ତି କ୍ଷ
ପୁଣି ଦୀର୍ଘ ବର୍ଷ ରୁ ଏ ବିଭାଗ ରେ ଜଣେ ସ୍ଥାୟୀ ଅଫିସର ଙ୍କ ନିଯୁକ୍ତି ମଧ୍ୟ ହେଉ ନ ଥିବାରୁ ବୁଣାକାର ଙ୍କ ସବୁ କାମରେ ବ୍ୟାଘାତ ସୃଷ୍ଟି ହେବକ୍ଷ ସାଙ୍ଗେ ଅଫିସ କର୍ମଚାରୀ ମାନେ ରେଗୁଲାର ଦରମା ମଧ୍ୟ ପାଉନଥିବା ଜଣା ପଡିଛି କ୍ଷ ଏବଂ ସାମାନ୍ୟ କିଛି କାମ ପଡିଲେ ବୁଣାକାର ଆଉ କର୍ମଚାରୀ ମାନ ଙ୍କୁ ବୟନ ଶିଳ୍ପ ଉପ ନିର୍ଦ୍ଧେଶକ ଅଫିସ କୋରାପୁଟକୁ ସୁଦୂର ୪୦୦ କିମି ବାରମ୍ବାର ଦୌଡିବା ଏକ ହାସ୍ୟାସ୍ପଦ ଘାଟଣକ୍ଷ ନୁହେଁ କି ବୋଲି ଜ଼ିଲ୍ଲା ତଥା ରାଜ୍ୟ ସିଧା ସଳଖ ପ୍ରଶ୍ନ କରିଛନ୍ତି ବରିଷ୍ଠ ଆଇନ ଜୀବୀ ତଥା ବିଜେପି ପୁର୍ବତନ ସଭାପତି ବଳଦେବ ବେଦବାକ।