ଦିଲ୍ଲୀ ଓ ମୁମ୍ବାଇର ବିବିସି କାର୍ଯ୍ୟାଳୟରେ ଆୟକର ଚଢ଼ାଉ

0

ନୂଆଦିଲ୍ଲୀ : ବିବିସି ଦିଲ୍ଲୀ ଓ ମୁମ୍ବାଇ ଅଫିସ ସିଲ | ଦୁଇ ଅଫିସକୁ ସିଲ କଲା ଆୟକର ବିଭାଗ | ଏମିତିକି ବିବିସି କର୍ମଚାରୀଙ୍କ ମୋବାଇଲକୁ ସିଲ କରାଯାଇଥିବା ସୂଚନା | ଏଥିସହ ସେମାନଙ୍କୁ କାର୍ଯ୍ୟାଳୟ ଛାଡି ଘରକୁ ଫେରିଯିବାକୁ କୁହାଯାଇଛି । ତେବେ ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀକୁ ଭାରତ ସରକାର ବ୍ୟାନ କରିବା ପରେ ଏବେ ବିବିସି କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ଚଢାଉ କରିଛି । ସେପଟେ ଲଣ୍ଡନରେ ଥିବା ବିବିସି କାର୍ଯ୍ୟାଳୟକୁ ମଧ୍ୟ ଚଢାଉ ବାବଦରେ ସୂଚନା ଦିଆଯାଇଛି । ହେଲେ ଏପର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।

କିଛିଦିନ ତଳେ ବିବିସି ତରଫରୁ ପ୍ରସ୍ତୁତ ଏକ ଡକ୍ୟୁମେଣ୍ଟାରୀ ଆସିଥିଲା । ଏହି ଡକ୍ୟୁମେଣ୍ଟାରୀ ୨୦୦୨ ଗୁଜରାଟ ଦଙ୍ଗା ଉପରେ ପର୍ଯ୍ୟବେଶିତ କରାଯାଇଥିଲା । କେନ୍ଦ୍ର ସରକାର ଏହାକୁ ପ୍ରପୋଗେଣ୍ଡା ବୋଲି କହି ଏହାର ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା । ହେଲେ କୋର୍ଟ ଏହି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ । ସେପଟେ ଆଜିର ଆୟକର ଚଢାଉକୁ ବିରୋଧୀମାନେ ବିବିସି ଡକ୍ୟୁମେଣ୍ଟାରୀ ସହ ଯୋଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

ସେପଟେ କଂଗ୍ରେସ ଆଇଟିର ଏହି କାର୍ଯ୍ୟାନୁଷ୍ଠାନକୁ ବିବିସି ଡକ୍ୟୁମେଣ୍ଟାରୀ ଉପରେ ନିଷେଧାଦେଶ ସହିତ ଯୋଡିଛି। କଂଗ୍ରେସ ଟ୍ଵିଟ୍‌ କରି କହିଛି, ପ୍ରଥମେ ବିବିସିର ଡକ୍ୟୁମେଣ୍ଟାରୀ ଆସିଥିଲା, ତାହାକୁ ବ୍ୟାନ୍‌ କରାଯାଇଥିଲା। ଏବେ ବିବିସି ଉପରେ ଆୟକର ଚଢ଼ାଉ କରିଛି। ଅଘୋଷିତ ଜରୁରୀକାଳୀନ ପରିସ୍ଥିତି।