ଭୁବନେଶ୍ୱର/ଆଦର୍ଶ ରାଉତ: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି । ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବୋମାରେ ଉଡାଇବାକୁ ଅଲକାଇଦାର ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି । ଅଗଷ୍ଟ ୧୦-୨୦ ପର୍ଯ୍ୟନ୍ତ କଡା କରାଯାଇଛି ସୁରକ୍ଷା ବ୍ୟବସ୍ଥା । ବିମାନ ବନ୍ଦରକୁ ଯାତ୍ରୀ ଓ କର୍ମଚାରୀଙ୍କୁ କେବଳ ମିଳିବ ଅନୁମତି । ଭିଜିଟରଙ୍କୁ ଭିତରକୁ ଛଡାଯିବ ନାହିଁ । ସେହିପରି ଟର୍ମିନାଲ ନିକଟକୁ ଗାଡି ଚଳାଚଳ କରାଯିବ ନାହିଁ । ବିମାନ ବନ୍ଦରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯିବ । ୧୩ଟି ୱାଚ ଟାୱାରରେ ୨ ଜଣ ଲେଖାଏଁ ବନ୍ଧୁକଧାରୀ ଜଗି ରହିବେ । ସେହିପରି ଦ୍ୱିଗୁଣିତ କରାଯିବ ବିମାନ ବନ୍ଦରରେ ମୁତୟନ ବନ୍ଧୁକଧାରୀ କର୍ମଚାରୀଙ୍କ ସଂଖ୍ୟା । ଆଗକୁ ସ୍ୱାଧୀନତା ଦିବସ ଓ ଦିଲ୍ଲୀ ବିମାନ ବନ୍ଦରକୁ ଉଡାଇ ଦେବାକୁ ଧମକ ପରେ ଏହି ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବନ୍ଦର କର୍ତ୍ତୃପକ୍ଷ ।