ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱର ହାତେଇଲା ଆଉ ଏକ ଜାତୀୟସ୍ତରୀୟ ଆୱାର୍ଡ । ସାଇକେଲ ଫର୍ ଚେଞ୍ଜ ପ୍ରତିଯୋଗିତାରେ କେନ୍ଦ୍ର ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରକୁ ମିଳିଛି ଏହି ପୁରସ୍କାର । ଦେଶର ପ୍ରମୁଖ ୧୧ଟି ସହର ମଧ୍ୟରେ ପ୍ରତିଯୋଗିତାରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ହାସଲ କରିଛି । ସବୁଜ ବିପ୍ଲବ ଆଣିବା କ୍ଷେତ୍ରରେ ସାଇକେଲ ଚଳାଇବାକୁ ପ୍ରୋତ୍ସାହିତ କରିବା ଓ ଏଥିପାଇଁ ଭିତ୍ତିଭୂମିର ବିକାଶ କରିବାକୁ ଏହି ପ୍ରତିଯୋଗିତାରେ ଦେଶର ସମସ୍ତ ୧୦୦ଟି ସ୍ମାର୍ଟସିଟି ସହିତ ସବୁ ରାଜ୍ୟର ରାଜଧାନୀ ଅଂଶଗ୍ରହଣ କରିଥିଲେ ।
ସାଇକ୍ଲୋଥନ ପ୍ରତିଯୋଗିତା ୯ ଅକ୍ଟୋବର ୨୦୨୦ରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ବେଙ୍ଗାଲୁରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଥିବା ସ୍ମାର୍ଟସିଟିର ସାଧାରଣ ପରିଚାଳକ କମଲଜିତ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଛୋଟ ପିଲାଙ୍କୁ ସାଇକେଲ ଶିଖାଇଥିଲୁ । ଗିଫ୍ଟ ଏ ସାଇକେଲ- ଭଳି ସାଇକେଲ ଉପହାର କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା ।ସାଇକେଲ ଚାଳକଙ୍କୁ ସମ୍ମାନ ଏହାର ଲକ୍ଷ୍ୟ ଥିଲା । ୧୨୦ ଜଣ ସ୍ୱେଚ୍ଛାସେବୀଙ୍କୁ ସାଇକେଲ ଉପହାର ଦିଆଯାଇଥିଲା । ଗତ ଜୁନରେ କେନ୍ଦ୍ରକୁ ଏହି ରିପୋର୍ଟ ପ୍ରଦାନ କରିଥିଲୁ । ପୁରସ୍କାର ବାବଦରେ ସ୍ମାର୍ଟସିଟି ଭୁବନେଶ୍ୱରକୁ ୧କୋଟି ଟଙ୍କା ପୁରସ୍କାର ମିଳିଛି ।