ଭୁବନେଶ୍ୱର/ ଆଦର୍ଶ ରାଉତ: ପାର୍ବଣ ସମୟରେ କରୋନା କଟକଣା ଭିତରେ ରାଜଧାନୀରେ କିଭଳି ପାଳିତ ହେବ ଗଣେଶ ପୂଜା ସେ ନେଇ ଶାନ୍ତି କମିଟି ପକ୍ଷରୁ ଏକ ଟିମ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । କୋଭିଡ ନିୟମ ଅନୁପାଳନ କରିବା ସହ କିଭଳି ପୂଜା ର ଆୟୋଜନ କରାଯିବ ସେ ନେଇ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛି ଶାନ୍ତି କମିଟି । ସେହିଭଳି ସର୍ବ ସାଧାରଣ ଦର୍ଶନ, ଭାଷାଣିକୁ ଅନୁମତି ଦେବାକୁ ଦାବି ରଖିଛି ରାଜଧାନୀ ଶାନ୍ତି କମିଟି । ଏହା ସହ ବସ୍ତିରେ ବଢୁଥିବା ଅପରାଧ କିଭଳି କମିବ, ନିଶା କାରବାର ରେ ରୋକ ଲାଗିବ ସେ ନେଇ ପୋଲିସ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।