(ସରୋଜ ରାଉତ)ରିପୋର୍ଟସଟୁଡେ: ନିଶା ବେପାରୀଙ୍କୁ ସାବାଡ କରିବାକୁ ଅଣ୍ଟା ଭିଡିଛି ଅବକାରୀ ବିଭାଗ । ଭୁବନେଶ୍ୱରକୁ ନିଶା ମୁକ୍ତ ସହର ଭାବେ ଗଢି ତୋଳିବା ପାଇଁ କମିସନରେଟ ପୋଲିସ ଓ ଅବକାରୀ ବିଭାଗର ଚଡାଉ ଜାରି ରହିଛି । ଆଜି ଲକ୍ଷ୍ମୀସାଗର ଥାନା ଅଧିନ ହଳଦୀ ପଡିଆ ବସ୍ତିରେ ଥିବା କେତେକ ନିଶା ବେପାରୀଙ୍କ ଘରକୁ ଭାଙ୍ଗିଛି ଅବକାରୀ ବିଭାଗ । ଲକ୍ଷ୍ମୀସାଗର ଥାନା ପୋଲିସ ସହଯୋଗରେ ଘର ଭଙ୍ଗା କାର୍ଯ୍ୟକ୍ରମ ଚାଲିଛି ।