ପ୍ରବାସୀ ଭାରତୀୟ ଦିବସରେ ପ୍ରବାସୀ ଅତିଥି ମାନଙ୍କୁ ସ୍ମରଣୀୟ ଆତିଥ୍ୟସେବା ପ୍ରଦାନ କରିବାକୁ ବିଡ଼ିଏର ସ୍ଵତନ୍ତ୍ର ପ୍ରସ୍ତୁତ

0

ଭୁବନେଶ୍ୱର:  ଜାନୁୟାରୀ ୮ରୁ ୧୦ ତାରିଖ ଯାଏ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଆୟୋଜନ କରାଯାଉଛି। ପ୍ରବାସୀ ଅତିଥି ମାନଙ୍କୁ ସ୍ମରଣୀୟ ଆତିଥ୍ୟସେବା ପ୍ରଦାନ କରିବାକୁ ବିଡ଼ିଏ ସ୍ଵତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏହିକ୍ରମରେ ଆସନ୍ତା କାଲି ଠାରୁ ରାଜଧାନୀ ଭୁବନେଶ୍ଵରର ପ୍ରମୁଖ ସ୍ଥାନ ମାନଙ୍କରେ ବିଭିନ୍ନ ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ପାର୍କ ଉତ୍ସବ, ଫୁଡ୍ ଫେଷ୍ଟିଭାଲ, ସହର ଆଲୋକୀକରଣ, ଫ୍ଲିଆ ମାର୍କେଟ ଓ ଏକାମ୍ର ଓ୍ଵାକ୍ ଭଳି କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛି ଭୁବନେଶ୍ଵର ଉନ୍ନୟନ କର୍ତ୍ତୁପକ୍ଷ। ପ୍ରବାସୀ ଭାରତୀୟଙ୍କୁ 28 ଟି ପର୍ଯ୍ୟଟନ ସ୍ଥାନ କୁ ବୁଲାଇବାକୁ 3ଟି ରୁଟ ନିର୍ଦ୍ଧାରିତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥିବା 25ଟି ଇ ବସ ସହ 5ଟି ଡବଲ ଡେକର ବସ ଏବଂ 10 ଟି ହପ ଅନ ହପ ଅଫ ବସ ଯୋଗେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଦେଖିବେ ପ୍ରବାସୀ ଭାରତୀୟ। ପ୍ରଦର୍ଶନୀ ପଡିଆଠାରେ ଆଦିବାସୀ ମେଳା ସହ ଫୁଡ଼ ଫେଷ୍ଟିବାଲର ଆୟୋଜନ କରାଯିବ। ଡବଲ ଡେକର ବସ ସହ ଇ-ବସ ରେ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବୁଲିବେ ପ୍ରବାସୀ ଭାରତୀୟ। ଆଦିବାସୀ ମେଳାରେ ଆଦିବାସୀଙ୍କ ପରମ୍ପରା ସଂସ୍କୃତିର ମଜା ନେବେ ପ୍ରବାସୀ ଭାରତୀୟ। ପ୍ରଦର୍ଶନୀ ପଡିଆରେ ଫୁଡ଼ ଫେଷ୍ଟିବାଲର ଆୟୋଜନ ମଧ୍ୟ କରାଯାଉଛି ଓଡ଼ିଶାର ଖାଦ୍ୟ ପରାସ ଯିବ ପ୍ରବାସୀ ଭାରତୀୟ ଅତିଥିଙ୍କୁ। ଭୁବନେଶ୍ଵରର ୫ଟି ପାର୍କରେ ପାର୍କ ଉତ୍ସବ ମଧ୍ୟ ଆୟୋଜନ କରାଯାଉଛି।