ସୋନପୁର/ଓମପ୍ରକାଶ ମିଶ୍ର: ଆଜି ପାଣ୍ଡରା ମାଳି ସମାଜର ପ୍ରତିନିଧିଙ୍କ ସହ ଜିଲ୍ଳାପାଳ ଅବୋଲି ସୁନିଲ ନର୍ଭଣେଙ୍କୁ ତାଙ୍କୁ ବିଡିଓ ମାନ୍ୟତା ପ୍ରଦାନ କରିବା ଦାବିରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
୨୦୨୦ ଆଗରୁ ପଣ୍ଡରା ମାଳି ଜାତିର ଛୁଆଙ୍କୁ ିପ୍ରମାଣ ଓବିସି ପତ୍ର ମିଳୁଥିଲା। ତେବେ ୨୦୨୦ ଓଡ଼ିଶାର ସରକାରୀ ଏପିପିରେ ତୃଟି ଯୋଗୁଁ କେନ୍ଦ୍ରୀୟ ତାଲିକାରେ ୟାଙ୍କର ଜାତିର ନାଁ ଥିଲେ ମଧ୍ୟ ଓବିସି ସାର୍ଟିଫିକେଟ ପାଇବାରୁ ବଞ୍ଚିତ ହେଉଥିବା ପ୍ରତିନିଧି ଦଳ ଦର୍ଶାଇଛନ୍ତି। ବରିଷ୍ଠ ବିଜେପିର ନେତା ତଥା ଓକିଲ ଶ୍ରୀ ବଳଦେବ ବେଦବାକ ପଣ୍ଡରା ମାଳି ଜାତିସମାଜର ଜିଲ୍ଲା ସଭାପତି ଶ୍ରୀ ରଞ୍ଜନ କୁମାର ମହଲା, ସମାଜ ସେବୀ ଦୀପକ ମହାପାତ୍ର ଓ ପଣ୍ଡରା ମାଳି ସମାଜର ଅନେକ ବ୍ୟକ୍ତି ଜିଲ୍ଳାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।