ଗୋବିନ୍ଦପାଲି : ଟ୍ରାକ୍ଟରରେ ବସି ଅପହଞ୍ଚ ଇଲାକାରେ ପହଞ୍ଚିଲେ ଖଇରପୁଟ ବିଡିଓ । ମାଲକାନଗିରି ଜିଲ୍ଲା ଖାଇରପୁଟ ବ୍ଲକ କଦମ୍ବଗୁଡା ପଞ୍ଚାୟତ ଚେପଲପଡ଼ା ଗ୍ରାମକୁ ୧୨ କି.ମି. ଟ୍ରାକ୍ଟର ଯୋଗେ ଯାଇ ବିଡିଓ ଉମା ଶଙ୍କର କୋୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଏହି ସମୟରେ ସେ ନିମ୍ନମାନର ରାସ୍ତା କାମ, ୩ ବର୍ଷ ହେବ ନିର୍ମଣାଧୀନ ଥିବା ସ୍କୁଲ ଗୃହ କାର୍ୟ୍ୟ, ବର୍ଷାରେ ପାଣି ପଶି ନଷ୍ଟ ହୋଇଯାଇଥିବା ଚାଷ ଜମି ଓ ଘର ଦ୍ବାର ବୁଲି ଦେଖିଥିଲେ। ଲୋକଙ୍କ ସହ ଆଲୋଚନା ବେଳେ ଗ୍ରାମରେ ପାନୀୟ ଜଳ ସମସ୍ୟା ରହିଥିବା ଶୁଣି ଏକ ଟ୍ରାକ୍ଟର ଯୋଗେ ଚେପଲପଡାକୁ ଯାଇଥିଲେ।
ସାଥିରେ ସ୍ଥାନୀୟ ସରପଞ୍ଚ ସୂର୍ୟ୍ୟ ଜିଗିଡି,ପାନୀୟ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଭୀଷ୍ମ ମଲିକ ଓ ବ୍ଲକ ସହକାରୀ ଯନ୍ତ୍ରୀ ଥିଲେ। ବର୍ଷାରେ ଧୋଇ ନଷ୍ଟ ହୋଇଥିବା କଲଭର୍ଟ, ରାସ୍ତା କିପରି ତୁରନ୍ତ ନିର୍ମାଣ ହେବ ଏବଂ ନିର୍ମାଣାଧୀନ କାର୍ୟ୍ୟ ସମ୍ପୂର୍ଣ୍ଣ କରାଯିବ ସେନେଇ ଉପସ୍ଥିତ ଯନ୍ତ୍ରୀମାନଙ୍କ ସହ ବିଡିଓ କୋୟା ଆଲୋଚନା କରିଥିଲେ। ଶିକ୍ଷକମାନଙ୍କୁ ସ୍କୁଲ ସମସ୍ୟା ବିଷୟରେ ବିଡିଓ ପଚାରି ବୁଝିଥିଲେ।