ମାତ୍ରାଧିକ କୋଲ୍ଡଡ୍ରିଙ୍କ୍ସ ପିଉଥିଲେ ସମୟ ଥାଉ ଥାଉ ହୋଇଯାଆନ୍ତୁ ସାବଧାନ !

0

ତାପମାତ୍ରା ସହ ବଢୁଛି କୋଲ୍ଡ ଡ୍ରିଙ୍କ୍ସ ପିଇବାର ଚାହିଦା । ପିଲାଙ୍କ ଠାରୁ ନେଇ ବୟସ୍କ ସମସ୍ତଙ୍କୁ ଏହି ଖରା ଦିନରେ କୋଲ୍ଡ ଡ୍ରିଙ୍କ୍ ଭାରି ପସନ୍ଦ । ମିଠାକୁ ଥଣ୍ଡା ତାତିରୁ ଯେମିତି ଉଶ୍ୱାସ ଦିଏ ପାଟିକୁ ସ୍ୱାଦ ମଧ୍ୟ ଲାଗେ । ଶୋଷ ମେଣ୍ଟାଇବା ପାଇଁ କୋଲ୍ଡ ଡ୍ରିଙ୍କ୍ସ ସମସ୍ତେ ପିଉଛନ୍ତି । ହେଲେ ତାହା କେତେ କ୍ଷତିକାରକ ଆପଣ ଜାଣନ୍ତି କି ?
ସ୍ୱାସ୍ଥ୍ୟ ବିଷେଷଜ୍ଞମାନେ ସବୁବେଳେ କୋଲ୍ଡ ଡ୍ରିଙ୍କ୍ସ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥାନ୍ତି । ଏଥିରେ ଥିବା ସୁଗାର,କଫିନ୍ ଆଉ ଏସିଡ଼ିକ୍ ତତ୍ତ୍ୱ ଅନେକ ରୋଗର କାରଣ ।

Soft drink - Wikipedia

ନ୍ୟାସନାଲ୍ ପ୍ରୋଗ୍ରାମ୍ ଅନ୍ କ୍ଲାଇମେଟ୍ ଚେଞ୍ଜ୍ ଆଣ୍ଡ୍ ହ୍ୟୁମାନ୍ ହେଲ୍ଥ ପକ୍ଷରୁ କୋଲ୍ଡ ଡ୍ରିଙ୍କ୍ସ କୁ ନେଇ ଚେତାବନୀ ଜାରି କରାଯାଇଛି ।
ମୃଦୁ ପାନୀୟ ଅନେକ ସାଙ୍ଘାତିକ ରୋଗର କାରଣ । ଅତ୍ୟାଧିକ କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ୱାରାଟ୍ଟ
– ପେଟରେ ଚର୍ବି ବଢ଼େ
– ମଧୁମେହ ରୋଗ ହେବା ଆଶଙ୍କା ବଢ଼ିଥାଏ
– ଉଚ୍ଚ ରକ୍ତଚାପ ରୋଗୀଙ୍କର ରକ୍ତଚାପ ବୃଦ୍ଧି ପାଏ
– ଇନ୍ସୁଲିନ୍ ସନ୍ତୁଳନ ବଗିଡ଼ିଯାଏ
– ହୃଦରୋଗୀଙ୍କ କୋଲେଷ୍ଟ୍ରୋଲ ଏବଂ ରକ୍ତ ସଞ୍ଚାଳନ ପ୍ରଭାବିତ ହୁଏ
– ସହଜରେ ମୋଟାପଣର ଶିକାର ହୋଇଥାନ୍ତି

Black Orange Pepsi Cold Drink, Packaging Size: 1000 ml, Packaging Type:  Bottle at best price in Kaithal
ଏହା ବ୍ୟତୀତ ପ୍ରବଳ ଖରା ବା ଗରମରେ ଚା ଏବଂ କଫିକୁ ଅଣଦେଖା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅଧିକ ଗରମ ଲାଗିବା ସମୟରେ କାର୍ବୋନେଟେଡ୍ କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ୱାରା ଶରୀରରୁ ଅଧିକ ଝାଳ ବାହାରେ । ଯାହାକି ଶରୀରର ୱାଟର ଲେବଲ୍କୁ କମ୍ କରେ ।
ଏହି ମୃଦୁ ପାନୀୟରେ ଅଧିକ ପରିମାଣର କଫିନ୍ ଏବଂ ଚିନି ଥାଏ ,ଯାହାକି ଡିହାଇଡ୍ରେସନ୍ର ମୁଖ୍ୟ କାରଣ । ଅଧିକ ମୃଦୁ ପାନୀୟ ଥକ୍କାପଣ, ମୁଣ୍ଡବିନ୍ଧା ଏବଂ ଦୁର୍ବଳତାର ଆଉ ଏକ କାରଣ । ଯଦି କେହି ପେଟ ସମସ୍ୟା ବା ଏସିଡ଼ିଟିରେ ପୀଡିତ ତେବେ ସେମାନେ କୋଲ୍ଡ ଡ୍ରିଙ୍କ୍ସଠୁ ଦୂରେଇ ରହିବା ନିହାତି ଆବଶ୍ୟକ ।