ଭାରିଏଣ୍ଟକୁ ନେଇ ଆତଙ୍କିତ ନ ହୋଇ ସତର୍କ ରୁହନ୍ତୁ

0

ଭୁବନେଶ୍ୱର : ଚିନ ଭାରିଏଣ୍ଟକୁ ନେଇ ଆତଙ୍କିତ ହେବାର ନାହିଁ । ଅନ୍ୟ ଦେଶରେ ବଢୁଛି କିନ୍ତୁ ଆମର ସେଭଳି ସ୍ଥିତି ନାହିଁ । କିନ୍ତୁ ଭବିଷ୍ୟତରେ ଯେ ଆମର ବଢ଼ିବ ନାହିଁ ତାହା କହି ହେବନି । ତେଣୁ ଲକଡ଼ାଉନ ଓ ସଟଡ଼ାଉନରୁ ବର୍ତ୍ତିବାକୁ ହେଲେ କୋଭିଡ ନିୟମକୁ ମାନିବାକୁ ପଡିବ । ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ହେବ । ଭାରତରେ ଲୋକଙ୍କର ହାର୍ଟ ଇମ୍ୟୁନିଟି ଭଲ ଅଛି । ତେଣୁ ବେଶୀ ଆତଙ୍କିତ ନ ହୋଇ ସତର୍କ ରୁହନ୍ତୁ । ହକି ବିଶ୍ୱକପ ଓ ନୂଆ ବର୍ଷ ନେଇ ଆସନ୍ତା କାଲି ବୈଠକରେ ନିଷ୍ପତ୍ତି ନିଆଯିବ । ତା ସହ କୋଭିଡ କଟକଣା ନେଇ ଯେଉଁ ଫାଇନ ବ୍ୟବସ୍ଥା ରହିଥିଲା ସେ ନେଇ ବି ନିଆଯିବ ନିଷ୍ପତ୍ତି ।