ନୂଆଦିଲ୍ଲୀ: ଆପ୍ ଡାଉନଲୋଡ କରୁଥିଲେ ହୋଇଯାଆନ୍ତୁ ସାବଧାନ । ଆପଣଙ୍କ ଅଜାଣରେ କେହି ଜଣେ ଚୋରି କରି ନେଇଚି ଆଣଙ୍କ ତଥ୍ୟ । କେବଳ ଆପଣ ନୁହଁନ୍ତି ଆପଣଙ୍କ ଭଳି ୭୦ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଛି । ବେଳ ଥାଉ ଥାଉ ସତର୍କ ହୋଇଯାଆନ୍ତୁ । ଆପଣଙ୍କ ମୋବାଇଲରେ ଏମିତି କିଛି ତଥ୍ୟ ରଖନ୍ତୁ ନାହିଁ ଯାହା ଆପଣଙ୍କୁ ବିପଦରେ ପକାଇବ । ଅବିଶ୍ୱାସ ହେଉଥିଲେ ପୁରା ଭିଡିଓଟି ସଂମ୍ପୂର୍ଣ୍ଣ ଦେଖନ୍ତୁ ବିଶ୍ୱାସ ଆସିଯିବ । ନଜର ପକାନ୍ତୁ ଏହି ବ୍ୟକ୍ତି ଉପରେ…. ଭିଯୁଆଲ
ଏହି ସେହି କରିତକର୍ମା ଯିଏ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଚି । ମାତ୍ର ଦୁଇଟି ମୋବାଇଲ ଓ ଦୁଇଟି ଲ୍ୟାପଟପରେ ଅଧା ଦେଶର ନାଗରିକ ଅର୍ଥାତ ୭୦ କୋଟି ଭାରତୀଅଙ୍କ ବ୍ୟକ୍ତଗତ ତଥ୍ୟ ଚୋରି କରି ନେଇଚି । ଯାହାର ତଦନ୍ତି କରି ହାଇଦ୍ରାବାଦର ସାଇବରାବାଦ ପୁଲିସ ହରିଆଣାରୁ ଏହି ଅଭିଯୁକ୍ତକୁ ଗିରଫ କରିଛି । ଏହି ବ୍ୟକ୍ତିର ନାଁ ହେଉଛି ବିନୟ ଭରଦ୍ୱାଜ । ଏବେ ନଜର ପକାନ୍ତୁ ଆପଣଙ୍କ ସହିତ ଆଉ କେଉଁ କେଉଁ ମାନଙ୍କ ଗୋପନୀୟ ତଥ୍ୟ ଚୋରି ହୋଇଛି ।
ଦେଶର ୨୪ ରାଜ୍ୟ ଓ ୮ ମେଟ୍ରୋପଲିଟାନ ସହରର ପ୍ରାୟ ୭୦ କୋଟି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିବା ଏବଂ ତାକୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲା ଏହି ଅଭିଯୁକ୍ତ । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଜିଏସଟି କାର୍ୟ୍ୟାଳୟର ଅଧିକାରୀ, ବିଭିନ୍ନ ରାଜ୍ୟ ସଡ଼କ ସଙ୍ଗଠନର ଅଧକାରୀ ଓ କର୍ମଚାରୀ, ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ଫିନଟେକ କମ୍ପାନିର କର୍ମଚାରୀଙ୍କ ସମେତ ୧୦୪ଟି ବିଭିନ୍ନ ସଂସ୍ଥାର କାର୍ୟ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ତଥ୍ୟ ଅଭିଯୁକ୍ତ ପାଖରୁ ମିଳିଛି । ଏପରିକି ପ୍ରତିରକ୍ଷା ବିଭାଗର କିଛି ଅଧିକାରୀ ଓ କର୍ମଚାରୀ, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ, ପାନକାର୍ଡ ହିତାଧିକାରୀ, ଏବଂ ବରିଷ୍ଠ ନାଗରିକଙ୍କ ସହ, ନିଟ ଛାତ୍ରଛାତ୍ରୀ ଓ ୯ମ, ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସବିଶେଷ ତଥ୍ୟ ପୁଲିସ ହାତରେ ଲାଗିଛି। ତେବେ ଏହି ସମସ୍ତ ତଥ୍ୟ ମଧ୍ୟରୁ ସେ ଅନେକ ତଥ୍ୟ ବିକ୍ରି କରିଥିବା ବେଳେ ଆହୁରି କିଛି ତଥ୍ୟ ବିକ୍ରି କରିବାକୁ ଯୋଜନା କରୁଥିଲା ହେଲେ ସେ ଅସଫଳ ହୋଇଥିଲା । ତେବେ ହରିୟାଣାର ଫରିଦାବାଦ ଠାରେ ସେହି ଅଭିଯୁକ୍ତ ଜଣକ ଏକ ୱେବସାଇଟ ପରିଚାଳନା କରୁଥିଲା ଯାହାର ନାମ ହେଉଛି “ଇନ୍ସପାୟାର୍ ୱେବ୍ । କ୍ଲାଉଡ୍ ଡ୍ରାଇଭ୍ ଲିଙ୍କ୍ ମାଧ୍ୟମରେ ଗ୍ରାହକଙ୍କୁ ଡାଟାବେସ୍ ବିକ୍ରି କରୁଥିଲେ। ସେ ଆମେର ସୋହେଲ ଏବଂ ମଦନ ଗୋପାଳ ନାମକ ବ୍ୟକ୍ତିଙ୍କ ଠାରୁ ଡାଟାବେସ୍ ସଂଗ୍ରହ କରିଥିଲେ । ରବିବାର ଦିନ ଏହି ଲିକ୍ ପାଇଁ ଦାୟୀ ଥିବା ୧୧ ଟି ସଂସ୍ଥାକୁ ସାଇବରବାଦ ପୋଲିସ ନୋଟିସ୍ ଜାରି କରିଛି। ତଥ୍ୟ ଉଲ୍ଲଂଘନ କରିଥିବା ତଥା କଳା ବଜାରରେ ତଥ୍ୟ ବିକ୍ରି ହେବାର ସମ୍ଭାବନା ଥିବା ପୋଲିସ ଅନୁସନ୍ଧାନ କରୁଛି ବୋଲି ସୂତ୍ରରୁ ପ୍ରକାଶ। ଦେଶର ବଡ଼ ବଡ଼ ସଂସ୍ଥା ମାନଙ୍କର ଡ଼ାଟା ରଖିଥିବା ସୁତ୍ରରୁ ଜଣାପଡିଛି । ଯେମିତି କି , ଆକ୍ସିସ୍ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, ଆମାଜନ, ନେଟଫ୍ଲିକ୍ସ, ୟୁଟ୍ୟୁବ, ଇନଷ୍ଟାଗ୍ରାମ, ଏବଂ ଜୋମାଟୋଠାରୁ ଆରମ୍ଭ କରି ବେଦାନ୍ତ ଭଳି ସଂସ୍ଥା ଇତ୍ୟାଦିର ଗ୍ରାହକଙ୍କ ଡାଟା ଲିକ ହୋଇଥିବା ଜଣାପଡିଛି । ରବିବାର ଦିନ ଏହି ଲିକ୍ ପାଇଁ ଦାୟୀ ଥିବା ୧୧ ଟି ସଂସ୍ଥାକୁ ସାଇବରବାଦ ପୋଲିସ ନୋଟିସ୍ ଜାରି କରିଛି।