ଏହି ସବୁ ଷ୍ଟ୍ରିଟ ଫୁଡ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ…

0

ବର୍ଷା ଋତୁରେ ଷ୍ଟ୍ରିଟ୍ ଫୁଡ୍ କିମ୍ବା ଭଜା ଜିନିଷ ଖାଇବାକୁ କିଏ ବା ପସନ୍ଦ ନ କରେ । କିନ୍ତୁ ଏହି ଦିନରେ ସମସ୍ତେ ଏହି ଖାଇବା ପ୍ରତି ଆକୃଷ୍ଠ ହୁଏ । ରାସ୍ତା କଡରେ ମିଳୁଥିବା ପକୋଡା, ସମୋସା ଏବଂ ତେଲ ଛଣା ଖାଦ୍ୟ ଦ୍ୱାରା ସମସ୍ତେ ପ୍ରଲୋଭିତ ହୁଅନ୍ତି । କିନ୍ତୁ ସ୍ୱାଦ ଅପେକ୍ଷା ସ୍ୱାସ୍ଥ୍ୟର ଯତ୍ନ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ମୌସୁମୀର ଆର୍ଦ୍ରତା, ମଇଳା ହେତୁ ଜୀବାଣୁ, ଫଙ୍ଗସ୍ ଶୀଘ୍ର ବଢନ୍ତି । ଯାହା ପେଟଜନିତ ସମସ୍ୟା , ଖାଦ୍ୟ ବିଷାକ୍ତତା, ଟାଇଫଏଡ୍ ଏବଂ ହେପାଟାଇଟିସ୍ ଭଳି ରୋଗ ସୃଷ୍ଟି କରିପାରେ ।


ରାସ୍ତା କଡରେ ମିଳୁଥିବା ଖାଦ୍ୟରେ ବ୍ୟବହୃତ ହେଉଥିବା ପାଣି ପରିଷ୍କାର ନୁହେଁ । ଖୋଲା ସ୍ଥାନରେ ରଖାଯାଇଥିବା ଖାଦ୍ୟ ସାମଗ୍ରୀ ଉପରେ ଧୂଳି ଏବଂ ଜୀବାଣୁ ସହଜରେ ଜମା ହୋଇଯାଏ । ତେଣୁ ସେସବୁ ଖାଦ୍ୟ ଖୁବ୍ ଶୀଘ୍ର ସଂକ୍ରମିତ ହୁଏ । ଏପରିକି ବଜାରରେ ବିକ୍ରି କଟା ଫଳ ବା ସାଲାଡ ମଧ୍ୟ ଦୂରେଇ ରୁହନ୍ତୁ । ବର୍ଷା ଦିନରେ ମୃଦୁ ପାନୀୟ ବି ବାହାରେ ପିଅନ୍ତୁ ନାହିଁ । ଏଥିରେ ବ୍ୟବହୃତ ପାନୀୟ ଜଳ ସଂକ୍ରମଣର ଆଶଙ୍କା ବଢାଇଥାଏ ।  ଏହି ଋତୁରେ ସ୍ୱାଦକୁ ପ୍ରାଧାନ୍ୟ ଦେଇ ଅସାବଧାନ ହେଲେ ତାହା କ୍ଷତି ପହଞ୍ଚାଇବ । ସ୍ୱଚ୍ଛତା ଏବଂ ସନ୍ତୁଳିତ ଖାଇବା ଅଭ୍ୟାସ ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ।