ପ୍ରତିଦିନ ଝଗଡା କରୁଥିବା ପତ୍ନୀକୁ ଛାଡି ପାରିବି କିନ୍ତୁ ମଦକୁ ନୁହେଁ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ସ୍ତ୍ରୀକୁ ଛାଡି ପାରିବି କିନ୍ତୁ ମଦ ଛାଡି ପାରିବି ନାହିଁ । ସିଧାସଳଖ ଭାବେ ଜଣେ ବ୍ୟକ୍ତି ଏପରି କହିଛନ୍ତି ଯେ ପ୍ରତିଦିନ ଝଗଡା କରୁଥିବା ପତ୍ନୀକୁ ଛାଡି ପାରିବି କିନ୍ତୁ ମଦ ଛାଡିବି ନାହିଁ । ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶରେ । ଜଣେ ୮୯ ବର୍ଷୀୟ ବୃଦ୍ଧ କୋର୍ଟରେ ଏହା କହିଛନ୍ତି।
ଭୋପାଳର ପାରିବାରିକ କୋର୍ଟରେ ଜଣେ ୬୯ ବର୍ଷୀୟ ବୃଦ୍ଧା ସ୍ବାମୀଙ୍କ ଠାରୁ ଭରଣ ପୋଷଣ ପାଇଁ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାରେ ଜଜ୍ ଉଭୟଙ୍କୁ କାଉସଲିଙ୍ଗ କରିଥିଲେ। କାଉସଲିଙ୍ଗ ବେଳେ ଜଣା ପଡିଲା ଯେ, ବୃଦ୍ଧାଙ୍କ ସ୍ବାମୀ ସର୍ବଦା ମଦ୍ୟପାନ କରି ତାଙ୍କୁ ମାରପିଟ୍ କରନ୍ତି। ଏହି କାରଣରୁ ସେ ବୃଦ୍ଧା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଛାଡିବାକୁ ଚାହୁଁଛନ୍ତି। ଏହାକୁ ନେଇ ଯେତେବେଳେ ଜର୍ଜ ବୃଦ୍ଧାଙ୍କ ସ୍ବାମୀଙ୍କୁ କାଉସଲିଙ୍ଗ କଲେ ସେତେବେଳେ ସେ ରୋକଠୋକ ଶୁଣାଇ ଦେଇଥିଲେ ଯେ, ପ୍ରତିଦିନ ଝଗଡା କରୁଥିବା ପତ୍ନୀକୁ ଛାଡି ପାରିବି କିନ୍ତୁ ମଦ ଛାଡିବି ନାହିଁ। ସ୍ତ୍ରୀ ଭରଣ ପୋଷଣ ପାଇଁ ୧୦ ହଜାର ଟଙ୍କା ପତ୍ନୀକୁ ଦେବାକୁ ଜର୍ଜ ଯେତେବେଳେ ବୃଦ୍ଧଙ୍କୁ କହିଥିଲେ ସେ ସଙ୍ଗେସଙ୍ଗେ ହଁ ଭରିଥିଲେ।