(ରଜନୀ କାନ୍ତ ପାତ୍ର / ହିଂଜିଳି କାଟୁ ): ଗଂଜାମ ଜିଲ୍ଲା ବାଲିଛାଇ ଫାଣ୍ଡି ତଥା କବିସୂର୍ୟ୍ୟନଗର ଥାନା ଏ.ନରିଡା ଗାଁର ମୁଖ୍ୟ ସଡକ ଉପରେ ଗଲା ଅନେକ ବର୍ଷ ଧରି ରହିଥିବା ବିଦେଶି ମଦ ଦୋକାନ କାରବାର ଚାଲିଥିଲା। ଯାହାରିଫଳରେ ଲୋକେ ଅତିଷ୍ଠ ହୋଇପଡିଥିବା ବେଳେ ଗାଁରେ ତାର ଅଶନ୍ତୋଷ ଗତ ରାତିରେ ଦେଖିବାକୁ ମିଳିଥିଲା । ଗାଁର ଶହ ଶହ ମହିଳା ପୁରୁଷ ମେଳି ବାନ୍ଧି ଆନ୍ଦୋଳନ କରିବା ସହ ବିଦେଶି ମଦ ଦୋକାନରେ ନିଅାଁ ଲଗାଇ ଦେଇଥିଲେ । ଏମିତି କି ପୁଣି ଯଦି ଗାଁରେ ମଦ ବିକ୍ରି କରାଯାଏ ତେବେ ପୁଣି ମଦ ବନ୍ଦ କରାଯିବ ବୋଲି କଡା ଚେତାବନି ଦେଇଛନ୍ତି ଗାଁ ଲୋକେ । ସେପଟେ କବିସୂର୍ୟ୍ୟନଗର ଓ ବାଲିଛାଇ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା ପରେ ଲୋକେ ଆନ୍ଦୋଳନ ରୁ ଓହରିଥିଲେ ।