୨ଟି ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ।

0

(କେଉଁଝର) : ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । ତେବେ ସବୁଠାରୁ ବଡ଼ କଥା ହେଉଛି ଗୋଟିଏ ଭାଲୁ ନୁହେଁ ବରଂ ଦୁଇଟି ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେଉଁଝର ଜିଲ୍ଲା ପାଟଣା ରେଞ୍ଜ ଗୋଧିରାମପଡ଼ା ଗ୍ରାମରେ । ଫଳରେ ବୃଦ୍ଧ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ଗୋଧିରାମପଡ଼ା ଗ୍ରାମର ଘନଶ୍ୟାମ ମୁଣ୍ଡା(୬୨) ଆଜି ସକାଳେ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ ୨ଟି ଭାଲୁ ପଛପଟୁ ଆକ୍ରମଣ କରିଥିଲେ। ତାଙ୍କର ପାଟି ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଭାଲୁ ଆକ୍ରମଣରେ ଘନଶ୍ୟାମଙ୍କ ଡ଼ାହାଣ ହାତର କାନ୍ଧରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ତେବେ ଦିନକୁ ଦିନ ଜଙ୍ଗଲ ସଫା ହେଉଥିବାରୁ ଗାଁ ମୁହାଁ ହେଉଛନ୍ତି ପଶୁଗଣ । ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି ଭାଲୁ ଏବଂ ହାତୀ ପଲ ।