ଘଟଗାଁ / ଧରଣୀ ପତ୍ର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଧିନସ୍ତ ବିଣାଝରି ଗ୍ରାମ ରେ ଭାଲୁ ଆତଙ୍କ । ଜଙ୍ଗଲ ରାସ୍ତା ଦେଇ ଯାଉଥିବା ବେଳେ ସେହି ଗ୍ରାମର ଚୈତନ ନାଏକଙ୍କ ଭାଲୁ ଆକ୍ରମଣରେ ମୃତ୍ୟୁ ଘଟିଥିବା କୁହାଯାଉଛି । ବନବିଭାଗ ର କର୍ମଚାରି ଶବଟିକୁ ଜବତ କରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ଚୈତନ ନାଏକ( ବୟସ ୪୪ବର୍ଷ) ଆଜି ଭୋର ସମୟରେ ଟିକରପଡା ସାହିରୁ ଜଙ୍ଗଲ ବାଟଦେଇ ତା ନିଜଘରକୁ ଆସୁଥିଲାବେଳେ ଜଙ୍ଗଲୀ ଭାଲୁର ହାବୁଡ଼ରେ ପଡିଯାଇଥିଲା। ଭାଲୁ ଚୈତନ ର ମୁଣ୍ଡ ଓ ଛାତିରେ ଆକ୍ରମଣ କରିଥିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଛି। ବୀଣାଝରି ଗାଁ ଟି ମୁକୁନ୍ଦପୁର ପାଟଣା ପଂଚାୟତ ଅଧୀନରେ ଥିବାରୁ ସ୍ଥାନୀୟ ସରପଞ୍ଚ ଅର୍ଣ୍ଣପୁନା ଦେହୁରୀ ମଧ୍ୟ ଘଟଣା ସ୍ଥଳରେ ପହଂଚି ଥିଲେ ଓ ବନ ଅଧିକାରୀ ଙ୍କ ସହିତ ସରପଞ୍ଚ ଅର୍ଣ୍ଣପୁନା ଦେହୁରୀ ସରକାରୀ ସହାୟତା ପାଇଁ ଆଲୋଚନା କରିଥିଲେ। ବନା ଞ୍ଚଳ ଅଧିକାରୀ ଙ୍କ ସୂଚନା ଅନୁଯାୟୀ ଚୈତନ ନାଏକ ର ସଠିକ ପ୍ରମାଣ ପତ୍ର ଦେଇ ଶୁଦ୍ଧି କ୍ରିୟା ପାଇଁ ପ୍ରଥମେ ଦଶ ହଜାର ଟଙ୍କା ଏବଂ ତଦନ୍ତ ପରେ ତାଙ୍କ ପରିବାରକୁ ଛଅ ଲକ୍ଷ୍ୟ ଟଙ୍କା ର ସରକାରୀ ସାହାଯ୍ୟତା ରାଶି ମିଳିବବୋଲି ସୂଚନା ଦେଇଥିଲେ ।