ଜୟପୁର/ମନୋଜ ଦାଶ : କୋରାପୁଟ ଜିଲ୍ଲା ଜୟପୁରରେ ଭାଲୁ ଆତଙ୍କ। ଜୟପୁରେ ରେଳଷ୍ଟେସନ ଅଞ୍ଚଳ ଗତ ତିନି ଦିନ ହେବ ରହିଯାଇଛି ଗୋଟିଏ ଭାଲୁ | ଖବର ପ୍ରଚାର ପରେ ଜୟପୁରେ ବନଖଣ୍ଡର ଏକ ଟିମ ଭାଲୁ କେଉଁଠି ଅଛି ଖୋଜା ଖୋଜି କରି ଫେରିଥିଲେ। ଗତ କାଲି ଭାଲୁ ଟି ଜୟପୁର ଏୟାରପୋର୍ଟ ଅଂଚଳରେ ଥିବା ଦୃଶ୍ୟମାନ ହୋଇଥିଲା। ଭାଲୁଟିକୁ ଧରି ଜଙ୍ଗଲରେ ଛାଡିବା ପାଇଁ ବନ ବିଭାଗ ତରଫରୁ ଆରମ୍ଭ ହୋଇଛି ନାଇଟ ଅପରେସନ।
ଏହି ନାଇଟ ସର୍ଚ୍ଚ ଅପରେସନରେ ୩୦ ଜଣ ବନ କର୍ମଚାରୀ ସାମିଲ ହୋଇଛନ୍ତି। ଅନ୍ୟ ପଟେ ସନ୍ଧ୍ୟା ସମୟରେ ଏସବୁ ଅଞ୍ଚଳରେ ଲୋକ ନଯିବାକୁ ଡ଼ାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ ମଧ୍ୟ କରୁଛି ବନବିଭାଗ। ଏଭଳି ଏହି ଭାଲୁଟି ତିନି ଦିନ ହେବ ଜୟପୁରରେ ଆତଙ୍କ ଖେଳାଉଛି।ବନ ବିଭାଗ ଏହାକୁ ଆୟତ୍ତ କରି ଜଙ୍ଗଲରେ ଛାଡିବା ପାଇଁ ପ୍ରୟାସ ଜାରି ରଖିଛି।