ରୋପ୍ୟ ନଗରୀ ପାଲଟିଲା ଭିକାରୀଙ୍କ ଠିକଣା

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଓଡ଼ିଶାରେ ଭିକାରୀଙ୍କ ସଂଖ୍ୟା ଅଧିକ । ଏଠାରେ ମୋଟ୍ ୬୩୯୦ ଭିକାରୀ ଚିହ୍ନଟ ହୋଇଛନ୍ତି । ଏହି ତାଲିକାରେ ପ୍ରଥମରେ ରହିଛି ରୋପ୍ୟ ନଗରୀ କଟକ । ଏଠାରେ ସର୍ବାଧିକ ୧୦୬୦ ଜଣ ଭିକାରୀ ଚିହ୍ନଟ ହୋଇଛନ୍ତି । ଏହି କ୍ଷେତ୍ରରେ ବଲାଙ୍ଗୀର ଜିଲ୍ଲା ଦ୍ୱିତୀୟରେ ରହିଛି । ବଲାଙ୍ଗୀରରେ ୭୦୮ଭିକାରି ରହିଥିବା ସୂଚନା ମିଳିଛି । ଏହା ପରେ ମୟୂରଭଞ୍ଜ ଜିଲ୍ଲାରେ ୪୮୫ ,ଗଞ୍ଜାମରେ ୪୫୮, ପୁରୀରେ ୧୨୦, ବୈାଦ୍ଧରେ ୧୯ ଓ ମାଲକାନଗିରିରେ ୨୧, ଦେବଗଡ଼ରେ ସର୍ବନିମ୍ନ ୧୬ଜଣ ଭିକାରି ରହିଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଆଜି ବିଧାନସଭା ଗୃହରେ ସୂଚନା ଦେଇଛନ୍ତି ।

ଆଜି ଗୃହରେ ଭିକାରୀ ପ୍ରସଙ୍ଗରେ ବିରୋଧି ଦଳ ନେତାମାନେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ । ବିରୋଧି ଦଳ ନେତାଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି ।
ମନ୍ତ୍ରୀଙ୍କ ଏହି ତଥ୍ୟ ବିଜେଡ଼ି ସରକାର ୨୦ ବର୍ଷର ଶାସନ ସ୍ଥିତିକୁ ପଦାରେ ପକାଇଛି ।