(ଅନୁସ୍ୱୟା): ଦହି ସ୍ୱାସ୍ଥ୍ୟ ପାଇଁ ବେଶ ହିତକର ଅଟେ । ଯେଉଁ ମାନଙ୍କର ପେଟ ଜନିତ ସମସ୍ୟା ଯେପରି ବଦହଜମୀ, କୋଷ୍ଠ କାଠିନ୍ୟ. ଗ୍ୟାସ ଜନିତ ରୋଗ ପାଇଁ ଦହିରୁ ତିଆରି ଲସି, ବଟର ମିଲ୍କ ଆଦି ପିଇବା ଦ୍ୱାରା ପେଟକୁ ଥଣ୍ଡା ମିଳିଥାଏ । ଆସନ୍ତୁ ଜାଣିବା ଏଥିରୁ ମିଳୁଥିବା ଲାଭ:-
– ପାଟି ଭିତରେ ହୋଇଥିବା ଘା’ରେ ଲହୁଣୀକୁ ଦିନକୁ ୨-୩ ଥର ଲଗାଇବା ଦ୍ୱାରା ଏହା କମିବାରେ ଲାଗେ । ଦହି ଓ ମହୁକୁ ମିଶାଇ ମୁହଁରେ ଲଗାଇଲେ ତ୍ୱଚା ଚିକ୍କଣ ରୁହେ ।
– ପ୍ରତିଦିନ ଦହି ଖାଇବା ଦ୍ୱାରା ପେଟ ରୋଗ କିମ୍ବା ଅନ୍ୟ କୈାଣସି ରୋଗ ହୋଇନଥାଏ ।
– ଦହିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ୍, ଫସଫରସ୍ ହାଡ ଓ ଦାନ୍ତକୁ ମଜବୁତ ରଖେ ।
– ହେଙ୍ଗୁ ଛୁଙ୍କ ଦେଇ ଦହି ଖାଇବା ଦ୍ୱାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଆରାମ ମିଳିଥାଏ । ଏହା ସ୍ୱାଦିଷ୍ଟ ସହିତ ପୃଷ୍ଟିକର ମଧ୍ୟ ଅଟେ ।
– ପତଳା ଲୋକ ଦହିରେ କିସମିସ୍, ବାଦାମ ମିଶାଇ ଖାଇଲେ ଓଜନ ବୃଦ୍ଧି ହୋଇଥାଏ । ଦହି ଖାଇବା ଦ୍ୱାରା ଶରୀରରେ ଥିବା ଅଦରକାରୀ ଚର୍ବିକୁ ଦୂର କରାଯାଇଥାଏ ।