ବ୍ୟୁରୋ : କଞ୍ଚାକ୍ଷୀର ଶରୀର ପାଇଁ ଭଲ ବୋଲି ଆମେ ପିଲାବେଳୁ ଶୁଣି ଆସିଛେ । ଏଥିରେ ଭିଟାମନ୍ ଏ, କ୍ୟାଲସିୟମ୍, ଆଇରନ୍, ପ୍ରୋଟିନ୍, ଫ୍ୟାଟ୍, କୋଲେଷ୍ଟ୍ରଲ୍ ପରି ପୋଷକତତ୍ତ୍ୱ ରହିଛି । କେବଳ ଶରୀର ନୁହେଁ, ତ୍ୱଚାକୁ ସୁସ୍ଥ ରଖିବା ପାଇଁ କଞ୍ଚାକ୍ଷୀର ସାହାଯ୍ୟ କରିଥାଏ । ଏହାକୁ ମୁହଁରେ ଲଗାଇଲେ ତ୍ୱଚା ଉଜ୍ଜ୍ୱଳ ହେବା ସହିତ କୋମଳ ହୋଇଥାଏ । ତା’ହେଲେ ଆସନ୍ତୁ ଜାଣିବା ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ କଞ୍ଚାକ୍ଷୀରକୁ କିପରି ବ୍ୟବହାର କରାଯାଇପାରିବ ।
୧. ଅମୃତଭଣ୍ଡା ଓ କଞ୍ଚାକ୍ଷୀରର ମିଶ୍ରଣକୁ ତ୍ୱଚାରେ ଲଗାଇଲେ ତ୍ୱଚାରେ ନାଚୁରାଲ୍ ଗ୍ଲୋ ଆସିଥାଏ । ଅମୃତଭଣ୍ଡାରେ ଏକ ଏନଜାଇମ୍ ରହିଛି, ଯାହା ଡେଡ୍ ସେଲ୍କୁ ତ୍ୱଚାରୁ ବାହାର କରି ବ୍ରଣ ଓ ଦାଗ ସମସ୍ୟା ଦୂର କରିଥାଏ ।
୨. ବୟସ ବଢିଲେ ତ୍ୱଚାରେ କୁଞ୍ଚନ ଆସିଥାଏ । ଏଥିପାଇଁ ଅମୃତଭଣ୍ଡାରେ କଞ୍ଚାକ୍ଷୀର ମିଶାଇ ମୁହଁରେ ଲଗାନ୍ତୁ । କିଛି ସମୟ ରଖିବା ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ମୁହଁରେ ଉଜ୍ଜ୍ୱଳତା ଆସିବ ।
୩. ଧୂଳି ଓ ଧୂଆଁ ଯୋଗୁ ତ୍ୱଚା ମଳିନ ଦିଶିଥାଏ । ଏଥିପାଇଁ କଞ୍ଚାକ୍ଷୀରରେ ମହୁ ମିଶାଇ ମୁହଁରେ ଲଗାନ୍ତ । ମହୁ ତ୍ୱଚାରେ ଥିବା ଟାନ୍କୁ ସଫା କରିଥାଏ ।
୪. ମସୁର ଡ଼ାଲି, ବେସନ ଓ କଞ୍ଚାକ୍ଷୀରକୁ ରାତିରେ ବତୁରାଇ ରଖିଦିଅନ୍ତ । ସକାଳେ ଏହାର ପେଷ୍ଟ ପ୍ରସ୍ତୁତ କରି ନିୟମିତ ଭାବରେ ମୁହଁରେ ଲଗାନ୍ତୁ । ଏପରି କଲେ ତ୍ୱଚାରେ ଥିବା ଅତିରିକ୍ତ କେଶ ସଫା ହେବା ସହିତ ତ୍ୱଚା ଉଜ୍ଜ୍ୱଳ ହୋଇଥାଏ ।