ସିଜନାଲ ଫ୍ରୁଟ୍ କୁହାଯାଉଥିବା ପାଣି ସିଙ୍ଗଡାରେ ରହିଛି ଏମିତି ଉପକାରିତା….

0

ବ୍ୟୁରୋ : ବର୍ଷସାରା ଶୀତଳ ଭଣ୍ଡାରରେ ଫଳ ରହୁଥିଲେ ହେଁ ଶୀତରେ ତଟକା ମିଠା ଫଳ ଖାଇବାର ମଜା ହିଁ କିଛି ଅଲଗା । ଶୀତଦିନରେ ବଜାରରେ ବିଭିନ୍ନ କିସମର ଫଳର ଚାହିଦା ବଢ଼େ । ଯାହାକୁ ସିଜନାଲ୍ ଫ୍ରୁଟ୍ କୁହାଯାଏ । ଯେଉଁଥିରେ ସେଓ,କମଳା,ସାକରକନ୍ଦା,ଅଙ୍ଗୁର , ବିଭିନ୍ନ ପ୍ରକାର କୋଳୀ ମଧ୍ୟ ସାମିଲ୍ ଥାଏ । ହେଲେ ପାଣି ସିଙ୍ଗଡା ମଧ୍ୟ ଖୁବ୍ ବିକ୍ରି ହୁଏ । ପାଟିକୁ ଯେତେ ଭଲ ଲାଗେ ସେଥିରେ ଥିବା ଔଷଧୀୟ ଗୁଣ ଶରୀର ପାଇଁ ବେଶ୍ ଉପଯୋଗୀ ।


ପାଣି ସିଙ୍ଗଡ଼ାରେ ଥିବା ପ୍ରୋଟିନ୍ , ଫାଇବର୍ , ପୋଟାସିୟମ୍ ଏବଂ ଭିଟାମିନ୍ ବି୬ ଭଳି ପୋଷକ ତତ୍ତ୍ବ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ । ଏହି ଫଳକୁ ପାଣି ଫଳ ବୋଲି ମଧ୍ୟ କୁହାଯାଏ । ଯାହା ନିୟମିତ ଖାଇବା ଦ୍ବାରା ଶରୀରରେ ପାଣିର ଅଭାବ ଦୂର ହେବା ସହ ଓଜନ କମିବା ଏବଂ ଥାଇରଏଡ୍ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ ।


ତେବେ ଆପଣ ଜାଣନ୍ତି କି ଏହାକୁ ଖାଇବା ଦ୍ୱାରା କେଉଁ ସୁଫଳ ମିଳେ ?
ପ୍ରଥମତଃ ଥାଇରଏଡ ଏମିତି ଏକ ରୋଗ ଯାହା ଆଜିକା ସମୟରେ ବିଶେଷ କରି ମହିଳା ମାନଙ୍କ କ୍ଷେତ୍ରରେ ଅତି ସାଧାରଣ ହୋଇଗଲାଣି । ଥାଇରଏଡ୍ ସମସ୍ୟା ପାଇଁ ପାଣି ସିଙ୍ଗଡ଼ାରେ ଥିବା ଆୟୋଡିନ୍ ଖୁବ୍ ଲାଭକାରୀ ହୋଇଥାଏ । ଏହା ବ୍ୟତୀତ ଗଳା ସମ୍ଭନ୍ଧୀୟ ରୋଗ ଭଲ ହୋଇଥାଏ । ଥାଇରଏଡ୍ ସମସ୍ୟା ପାଇଁ ବ୍ୟତିବ୍ୟସ୍ତ ହେଉଥିଲେ ତାହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ପାଣି ସିଙ୍ଗଡ଼ା ଖାଇପାରିବେ ।


ବର୍ତମାନ ସମୟରେ ବ୍ୟସ୍ତବହୁଳ ଜୀବନ ପ୍ରଣାଳୀ ମଧ୍ୟରେ ଖାଦ୍ୟପେୟର ଧ୍ୟାନ ରଖି ହେଉନାହିଁ । ସେଥିପାଇଁ ଡିହାଇଡ୍ରେସନ ବଡ ସମସ୍ୟା ପାଲଟିଛି । ଏହାର ସେବନ ଦ୍ବାରା ଶରୀରରେ ଡିହାଇଡ୍ରେସନର ସମସ୍ୟା ଦୂର ହୋଇଥାଏ ।


ସୁସ୍ଥ କେଶ ପାଇଁ ବେଶ ଲାଭକାରୀ ପାଣି ସିଙ୍ଗଡା । ନିୟମିତ ପାଣି ସିଙ୍ଗଡ଼ା ଖାଇବା ଦ୍ବାରା ଚୁଟି ଝଡ଼ିବା ସମସ୍ୟା କମ୍ ହୁଏ । ଏଥିରେ ଥିବା ଲରିକ୍ ଏସିଡ୍ ଚୁଟିକୁ ମଜବୁତ ରଖିବାରେ ସହାୟକ ହୋଇଥାଏ ।


ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିଲେ ନିଜ ବଢୁଥିବା ଓଜନକୁ ନେଇ ଚିନ୍ତିତ ତାହେଲେ ନିୟମିତ ପାଣି ସିଙ୍ଗଡ଼ା ଖାଇବା ଆରମ୍ଭ କରନ୍ତୁ । ଏହି ଫଳରେ ବହୁତ କମ୍ ମାତ୍ରାରେ କ୍ୟାଲୋରୀ ଥିବାରୁ ଏହା ପେଟ କମାଇବାରେ ସହାୟକ ହୁଏ । ଏହି ଫଳକୁ ବ୍ରେକଫାଷ୍ଟରେ ସାମିଲ୍ କରିବା ନିହାତି ଆବଶ୍ୟକ ।