ରୋଗର ବଇଦ ହଳଦୀ ପାଣି; ଜାଣନ୍ତୁ ଏହାର ଉପକାରିତା

0

ସାଧାରଣତଃ ଋତୁ ପରିବର୍ତ୍ତନ ହେଲେ ଆମେ ଅନେକ ପ୍ରକାର ରୋଗରେ ପଡିଥାନ୍ତି । ଏହି ରୋଗ ଗୁଡିକର ପ୍ରତିକାର ପାଇଁ  ଲୋକେ ବିଭିନ୍ନ ପ୍ରକାରର ଜିନିଷ ମଧ୍ୟ ଖାଇଥାନ୍ତି । ଯାହାଫଳରେ କିଛି ଜିନିଷ ଆମର କ୍ଷତି ଘଟାଇ ଥାଏ । ଶୀତ ଦିନେ କାଶ ଦ୍ୱାରା ପ୍ରଭାବିତ ହେଉଥିବା ବ୍ୟକ୍ତି ହଳଦୀ ପାଣି ପିଇବା ଆବଶ୍ୟକ ।

ତେବେ ଆସନ୍ତୁ ଜାଣିବା ହଳଦୀ ପାଣି ପିବା ଦ୍ୱାରା ଆମର କଣ ଲାଭ ହୋଇଥାଏ:

ହଳଦୀ ପାଣିର ଉପକାରିତା:-ରୋଗରୁ ମୁକ୍ତି ପାଇବା ପାଇଁ ସମସ୍ତେ ଚାହିଁଥାନ୍ତି । କିନ୍ତୁ କେହି କେହି ଉପାୟ ବିଷୟରେ ଅବଗତ ନଥାନ୍ତି । ଚାଲନ୍ତୁ ସେହି ଉପାୟ ବିଷୟରେ ଜାଣିବା । ହଳଦୀ ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ହଳଦୀ ପାଣି ସାଧାରଣତଃ ଗରମ ହୋଇଥାଏ, ଯାହାକି ଶୀତ ଦିନେ ଆମେ ପିଇବା ଦ୍ୱାରା ଆମ ଶରୀରକୁ ଗରମ ରଖିଥାଏ ।

କାଶ ଓ ଜ୍ୱରର ଉପକାର :- ହଳଦୀରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଏହାକୁ ପିଇବା ଦ୍ୱାରା କାଶ ଓ ଜ୍ୱର ଭଲହୋଇଥାଏ ।

ହଜମ ପ୍ରକ୍ରିୟା ପାଇଁ ଲାଭଦାୟକ:- ହଳଦୀରେ ଫାଇବର ରହିଥାଏ ଯାହାକି ହଜମ କରିବାରେ ସାହାଯ୍ୟ କରେ । ଶୀତଦିନେ କୋଷ୍ଠକାଠିନ୍ୟ ଏବଂ ପେଟ ଜନିତ ସମସ୍ୟା ଦେଖାଯାଏ । ତେଣୁ, ଆପଣ ପ୍ରତିଦିନ ହଳଦୀ ପାଣି ପିଇବା  ଉଚିତ୍ । ଏହା କରିବା ଦ୍ୱାରା ଆପଣ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ ।

ହଳଦୀ ପାଣିରେ ଏକ ଉପାଦାନ ଥାଏ ଯାହା କେବଳ ରୋଗ ପ୍ରତିରୋଧକ ଶକ୍ତି ବଢାଇନଥାଏ ବରଂ ଶରୀରକୁ ରୋଗରୁ ମଧ୍ୟ ରକ୍ଷା କରିଥାଏ । ତେଣୁ ଯଦି ଶୀତ ଋତୁରେ ଜ୍ୱର କିମ୍ବା ଶରୀରରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ହଳଦୀ ପାଣି ସେବନ କରନ୍ତୁ ।

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ:- ଶୀତଦିନେ ଓଜନ ହ୍ରାସ କରିବା ଅତ୍ୟନ୍ତ କଷ୍ଟକର । କିନ୍ତୁ ଯଦି ତୁମେ ଶୀତ ଋତୁରେ ପ୍ରତିଦିନ ହଳଦୀ ପାଣି ପିଅନ୍ତି, ତେବେ ତୁମେ ସହଜରେ ତୁମର ଓଜନ ହ୍ରାସ କରିପାରିବେ । କାହିଁକିନା ହଳଦୀ ପାଣିରେ ମେଟାବୋଲିଜିମକୁ ବୁଷ୍ଟ କରାଇବାରେ ସାହାଯ୍ୟ କରାଇଥାଏ ।