କୋଲକାତା: ବିଶ୍ୱବିଦ୍ୟାଳୟ କୁଳାଧିପତି ବିଲ୍ ପଶ୍ଚିମବଙ୍ଗ ବିଧାନସଭାରେ ପାସ୍ ହୋଇଛି । ମୌସୁମୀ ଅଧିବେଶନରେ ଏହି ବିଲ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଅଣାଯାଇଥିଲା । ଏଣିକି ରାଜ୍ୟପାଳ କୁଳାଧିପତି ପଦବୀରେ ରହିପାରିବେ ନାହିଁ । ଏଣିକି ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦବୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତରେ ରହିବ । ତେବେ ଗତ ମେ ୨୬ ତାରିଖରେ ରାଜ୍ୟ କ୍ୟାବିନେଟର ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା । ତେବେ ରାଜ୍ୟ ସରକାର ୨୫ଟି ବିଶ୍ୱବିଦ୍ୟାଳୟରେ ବେଆଇନ ଭାବେ କୁଳପତି ନିଯୁକ୍ତି ଦିଆଯାଇଥିଲା । ଏଥିପାଇଁ ରାଜଭବନର ଅନୁମତି ନିଯାଇନଥିବା ନେଇ ରାଜ୍ୟପାଳ ଜଗଦୀପ ଧନଙ୍କର ଅଭିଯୋଗ କରିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ।