ଓଡିଶା ସରକାରଙ୍କୁ ମହୁଆ ଧମକାଇଲେ ବେଙ୍ଗଲି ସାଂସଦ ମହୁଆ ମୈତ୍ର !

0

ଭୁବନେଶ୍ୱର-: ଓଡିଶା ସରକାରଙ୍କୁ ମହୁଆ ଧମକାଇଲେ ବେଙ୍ଗଲି ସାଂସଦ ମହୁଆ ମୈତ୍ର । ଝାରସୁଗୁଡାରେ ଅଟକ ୪୨୧ ଶ୍ରମିକଙ୍କ ଘଟଣାରେ ଭିଡିଓ ବାର୍ତ୍ତାରେ ଧମକାଇଲେ । କହିଲେ, ଏମାନଙ୍କ ଭିତରେ ମୋ ନିର୍ବାଚନ ମଣ୍ଡଳୀର ୨୩ ଶ୍ରମିକ ଅଛନ୍ତି । ମୋ ନିର୍ୱାଚନ ମଣ୍ଡଳୀର ୨୩ ଶ୍ରମିକଙ୍କ ସହ ୪୨୧ ବେଙ୍ଗଲି ଅଟକ ଅଛନ୍ତି । ବେଆଇନ ଭାବେ ଝାରସୁଗୁଡା ଓରିଏଣ୍ଟ  ପୋଲିସ ଷ୍ଟେସନ ସେମାନଙ୍କୁ ଅଟକ ରଖିଛି । ଓଡିଶାକୁ ୫୦ ପ୍ରତିଶତ ପର୍ଯ୍ୟଟନ ରାଜସ୍ୱ ବେଙ୍ଗଲରୁ ହିଁ ଯାଉଛି । ଯଦି ଆପଣ ଆମ ଶ୍ରମିକଙ୍କୁ  ଅଟକାଇବେ, ଆମ ପର୍ଯ୍ୟଟକ ଆଉ ଯିବେ ତ । ଓଡିଶା ସରକାର  ଗୁରୁତର ସହ ନେଇ ଶ୍ରମିକଙ୍କୁ ତୁରନ୍ତ ମୁକ୍ତି କରନ୍ତୁ ।