ବାଙ୍ଗାଲୁରୁ: ବିଶ୍ବରେ ସବୁଠାରୁ ଦ୍ରୁତ ଗତିରେ ଟେକ୍ନୋଲୋଜି ବିକାଶ କ୍ଷେତ୍ରରେ ଭାରତର ବାଙ୍ଗାଲୁରୁ ସହର ୟୁରୋପୀୟ ସହର ଲଣ୍ଡନ, ମ୍ୟୁନିଖ, ବର୍ଲିନ ପ୍ୟାରିସ ଆଦିକୁ ପଛରେ ପକାଇ ଦେଇଛି । ୨୦୧୬ରୁ ବାଙ୍ଗାଲୁରୁ ଟେକ୍ନୋଲୋଜି ସେଣ୍ଟର ରୂପରେ ନିଜର ସ୍ଥିତି ଜାହିର କରିଥିଲା । ଗୁରୁବାର ଲଣ୍ଡନର ଏଜେନ୍ସି ଡିଲରୁମ ଡଟ କମ ପକ୍ଷରୁ ଜାରି ରିପୋର୍ଟ ରେ ଦର୍ଶାଯାଇଛି, ବାଙ୍ଗାଲୁରୁ ପରେ ୟୁରୋପୀୟ ସହର ଲଣ୍ଡନ, ମ୍ୟୁନିଖ୍, ବର୍ଲିନ ଓ ପ୍ୟାରିସ୍ ରହିଛି। ସେଭଳି ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ଏହି ଲିଷ୍ଟରେ ଷଷ୍ଠ ସ୍ଥାନରେ ରହିଛି।
ରିପୋର୍ଟ ଅନୁସାରେ ୨୦୧୬ରେ ବେଙ୍ଗାଲୁରରେ ନିବେଶ ୫.୪ ବିଲିୟନ ଡଲାରରୁ ବଢି ୨୦୨୦ ରେ ୭.୨ ବିଲିୟନ ଡଲାର ହୋଇଯାଇଛି। ସେଭଳି ମୁମ୍ବାଇ ୧.୭ ଗୁଣା ବଢି ୦.୭ ବିଲିୟନ ଡଲାରରୁ ୧.୨ ବିଲିୟନ ଡଲାର ହୋଇଯାଇଛି। ବ୍ରିଟେନର ରାଜଧାନୀ ଲଣ୍ଡନ ୨୦୧୬ ଓ ୨୦୨୦ ଭିତରେ ତିନିଗୁଣା ବୃଦ୍ଧି ପାଇଛି, ଯାହାକି ୩.୫ ବିଲିୟନ ଡଲାରୁ ବଢି ୧୦.୫ ବିଲିୟନ ଡଲାର ହୋଇଯାଇଛି।