ଭୁବନେଶ୍ୱର : ଚିକିଟି ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟନୁଷ୍ଠାନ। ବ୍ରହ୍ମପୁର ଅବକାରୀ ଜିଲ୍ଲାର ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି ଏବଂ ସବ୍-ଇନ୍ସପେକ୍ଟର ପ୍ରସନ୍ନ କୁମାର ଜାଲି ନିଲମ୍ବିତ ହୋଇଛନ୍ତି । ଗତକାଲି ଦୁଇ ଜଣଙ୍କୁ ନିଲମ୍ବନ କରାଯାଇଥିବାବେଳେ ଆଜି ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କୁ କୋରାପୁଟକୁ ବଦଳି କରାଯାଇଛି । ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ମଧ୍ୟ ଢେଙ୍କାନାଳକୁ ବଦଳି କରାଯାଇଛି । ଏହା ସହ ବ୍ରହ୍ମପୁର ଅବକାରୀ ସୁପରିଟେଣ୍ଡେଣ୍ଟ ପ୍ରଦୀପ ପାଣିଗ୍ରାହୀଙ୍କୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ ଦିଆଯାଇଛି । ଚିକିଟି ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ ଦୃଢ କାର୍ଯ୍ୟନୁଷ୍ଠାନ ଆଭିମୁଖ୍ୟ ରହିଛି । ମଦ କାରବାର ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ। ରାଜ୍ୟର ସମସ୍ତ ଅଞ୍ଚଳରେ ଚୋରା ମଦ କାରବାର ରୋକିବାକୁ ଦୃଷ୍ଟି ଦେବା ସହିତ ବେଆଇନ ମଦ ଭାଟି ଓ ବିକ୍ରି ସ୍ଥାନରେ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ଗିରଫ କରାଯାଇଛି ।