ଘରେ କିପରି ତିଆରି କରିବା ବେସନ ଲଡ଼ୁ

0

ବ୍ୟୁରୋ : ଯେ କୌଣସି ପର୍ବ ପର୍ବାଣି ହେଉ କି ଘରେ କିଛି ଖୁସି ଖବର ସଭିଙ୍କ ମୁହଁରେ ଟିକେ ମିଠା ଲାଗିବ ନିଶ୍ଚିତ | କିନ୍ତୁ ମିଠା ଖାଇବାକୁ ହେଲେ ବଜାର ଯାଇ କିଣି କରି ଆଣିବାକୁ ପଡେ | କାରଣ ଘରେ ମିଠା ବା ଲଡୁ ତିଆରିକରିବାକୁ ହେଲେ ସମୟର ଅଭାବ ଆଉ ତିଆରି କରିବାର ପ୍ରଣାଳୀ ଜଣ ନଥାଏ | ତେବେ ଆଜି ଆମେ ଜାଣିବା କେମିତି ଘରେ ରହି ତିଆରି କରି ପାରିବ ଟେଷ୍ଟି ବେସନ ଲଡୁ |

ସାମଗ୍ରୀ: ବେସନ-୨୦୦ ଗ୍ରାମ୍, ଚିନି-୧୮୦ ଗ୍ରାମ୍ ଓ ଘିଅ-୧୫୦ ଗ୍ରାମ୍  ।

ପ୍ରଣାଳୀ: ପ୍ୟାନ୍ରେ ଘିଅ ଗରମ କରି ଆଞ୍ଚ କମାନ୍ତୁ  । ବେସନକୁ ପକାଇ ଭଲ କରି ଏପରି ଭାଜନ୍ତୁ, ଯେପରି ବିଣ୍ଡା ଭଳି ହେବ ନାହିଁ  । ଏଥର କମ୍ ଆଞ୍ଚରେ ବେସନକୁ ସୁନେଲି ରଙ୍ଗ ହେବା ଯାଏଁ ଭାଜନ୍ତୁ  । ଏହା ପରେ ଏଥିରେ ଚିନି ପକାଇ ଗୋଳାନ୍ତୁ ଓ ଗ୍ୟାସ୍ ବନ୍ଦ କରନ୍ତୁ  । ଭଲ ଭାବେ ଗୋଳାନ୍ତୁ, ଯେପରି ଗରମରେ ଚିନି ଟିକେ ତରଳି ମିଶିଯିବ  । ଏଥର ଘିଅ ହାତ ହୋଇ ଗରମ ବେସନ ଚିନି ମିଶ୍ରଣରୁ ଅଳ୍ପ ଅଳ୍ପ ନେଇ ଲଡ଼ୁ ଭଳି ଗୋଲ ଗୋଲ କରନ୍ତୁ  । ଭଲ ଭାବେ ବାନ୍ଧି ହୋଇଗଲେ ସୁରକ୍ଷିତ ପାତ୍ରରେ ରଖନ୍ତୁ  । ଏହା ଖୁବ୍ ନରମ  । ତେଣୁ ଟିକେ ଅଧିକ ଚାପ ଦେଲେ ଭାଙ୍ଗିଯାଇପାରେ  । ତେଣୁ ସାବଧାନ ସହକାରେ ରଖିବେ  । ବେସନ ଲଡ଼ୁକୁ ଏକ ସପ୍ତାହ ପର୍ଯ୍ୟନ୍ତ ରଖି ଖାଇହେବ |