ଏସପିଙ୍କୁ ସ୍ବେଚ୍ଛାସେବୀଙ୍କ ଶୁଭେଚ୍ଛା ; ସହରର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଲୋକେ ପୁଲିସକୁ ବାୟା କରିଥିଲେ

0

ବଲାଙ୍ଗୀର : ବଲାଙ୍ଗୀର ସ୍ବେଚ୍ଛା ସେବୀ ସଂଗଠନ ନେତୃତ୍ୱରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ ସହରରେ ଶୋଭାଯାତ୍ରା କରିଥିଲେ । ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଶାନ୍ତି ଯଜ୍ଞ କରିଥିଲେ । ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅପରାଧ ନିୟନ୍ତ୍ରଣ ଓ ଅପରାଧୀ ଙ୍କୁ ଦମନ କରିବାକୁ ନିବେଦନ କରିଥିଲେ । ସହରରେ ଏକ ସୁରକ୍ଷିତ ବାତାବରଣ ଯୋଗାଇ  ଦେବାକୁ ଆରକ୍ଷୀ ଅଧିକ୍ଷକ ସ୍ବେଚ୍ଛା ସେବୀଙ୍କୁ ପ୍ରତିଶୃତି ଦେଇଥିଲେ । ପରେ ପୁଲିସ ଅପରାଧୀଙ୍କୁ ସାବାଡ କରିବାକୁ ପଦକ୍ଷେପ ଗ୍ରହଣ କରିଥିଲେ । ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ସହରର କୁଖ୍ୟ।ତ ଅପରାଧୀଙ୍କ ଅଡ୍ଡା ଓ ବେଆଇନ ଘର ମାଟିରେ ମିଶାଉଛି l ପ୍ରତିଶୃତି ମୁତାବକ ସହର ବାସୀଙ୍କୁ ସୁରକ୍ଷିତ ପରିବେଶ ଯୋଗାଇବା ସହ ଅପରାଧ ଦମନ କ୍ଷେତ୍ରରେ କାର୍ଯ୍ୟ ପାଇଁ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଗୁରୁବାର ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଶଂସା କରାଯାଇଛି । ସନ୍ତୋଷ ପଟ୍ଟନାୟକ, ସନ୍ଦୀପ ବାଗ, ଗୋବିନ୍ଦ ଶତପଥୀ ଓ ସଂଗଠନର ସଦସ୍ୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଯାଇ ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକରଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।