ଗୁଣପୁର/ଦୀପକ କୁମାର : ବାଂଶଧାରା ସାହିତ୍ୟ ସମାଜ ଗୁଣପୁର ଆନୁକୁଲ୍ୟରେ ଆଜି ଜଗନ୍ନାଥ ପେଲେସ୍ ଠାରେ ସବିତା ସ୍ମୃତି ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାଃ ଚନ୍ଦ୍ର ଦ୍ୱଜ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ଡାଃ ଦୁଷ୍ମନ୍ତ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ପ୍ରତାପ କୁମାର ରାୟ କୈଳାସ ଦାଶ, ସୀମାଞ୍ଚଳ କର, ବେବୀ ରାଣୀ ନନ୍ଦ, ବିଜୟ କୁମାର ପାଢୀ, ଦ୍ଵିତୀ ଚନ୍ଦ୍ର ସାହୁ ମଞ୍ଚାସୀନ ଥିଲେ ପ୍ରଭାତ କୁମାର ଶତପଥୀ ସଭାପତିତ୍ବ କରିଥିଲେ। ସବିତା ସ୍ମୃତି ସମ୍ମାନ ୨୦୨୪c ବିଶିଷ୍ଠ ସାହିତ୍ୟିକ ଶ୍ରୀ ପ୍ରତାପ କୁମାର ରାୟ ଙ୍କୁ ପ୍ରଦାନ କରାଗଲା। ପରେ କବିତା ସଙ୍କଳନ ର ସମୀକ୍ଷା କବୟିତ୍ରୀ ବେବୀ ରାଣୀ ନନ୍ଦ କରିଥିଲେ। ଶେଷରେ ବଂଶଧାରା ସାହିତ୍ୟ ସମାଜ ର ଉପ ସଭାପତି ଶ୍ରୀ ଉମା ଶଙ୍କର ଦାଶ ଧନ୍ୟବାଦ ଦେଇଥିଲେ । ସବିତା ସ୍ମୃତି କମିଟି ଅଧ୍ୟକ୍ଷ ବିଜୟ କୁମାର ପାଢୀ ମଞ୍ଚାସୀନ ସମସ୍ତ୍ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଦ୍ଵିତୀୟ ଅଧିବେଶନ ରେ କବିତା ଆସର ହେଇଥିଲେ ସର୍ବମୋଟ ପଞ୍ଚତିରିଶ ଗୋଟି କବିତା ପାଠ ହେଇଥିଲା । କବିତା ଆସର ପାଇଁ ବିଜଯ କୁମାର ପାଢ଼ୀ, ସଂଯୁକ୍ତା ତ୍ରିପାଠୀ, ନରସିଂହ ପଟ୍ଟନାୟକ, ଗୌରୀ ଶଙ୍କର ମିଶ୍ର ଅତିଥି ଭାବେ ମଞ୍ଚାସୀନ ଥିଲେ ଏବଂ ଦୂର୍ଗା ଶତପଥୀ ଓ ରୁପେଶ ସାହୁ କବିତା ଗୁଡିକୁ ସଂଯୋଜନା କରିଥିଲେ ଶେଷରେ ଦୀପକ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ ।