ବେଶ ଧୁମଧାମରେ ପାଳିତ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ

0

(ଭଦ୍ରକ / ଶେଖ ଫାଇଜାନ କାଦରୀ ): ଭାଇଚାରାର ସହର ଭଦ୍ରକରେ ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ବେଶ ଧୁମଧାମରେ ପାଳନ କରିଛନ୍ତି ଇସଲାମ ଧର୍ମାବଲମ୍ବୀ ମାନେ। ଏହି ଦିନ ଠାରୁ ଇସଲାମ ଧର୍ମର ପ୍ରତିଷ୍ଠା ହୋଇଥିବା ବିଶ୍ଵାସ କରାଯାଏ। ତେଣୁ ଏହି ଦିନକୁ ଚିରସ୍ମରଣୀୟ କରିବା ସହ ମହାପୁରୁଷ ମହମ୍ମଦ ଙ୍କ ବାଣୀ କୁ ଅନୁସରଣ କରିବା ପାଇଁ ଏହି ଦିନକୁ, ଇଦ-ମିଲାଦୁନ-ନବି ଭାବେ ପାଳନ କରିଥାନ୍ତି ଶ୍ରଦ୍ଧାଳୁ ମାନେ। ଏନେଇ ସୁସଜ୍ଜିତ ଆଲୋକ ମାଳା ସହ ଉତ୍ସବ ମୁଖର ସମଗ୍ର ଭଦ୍ରକ ସହର। ଚଳିତ ବର୍ଷ ଇସଲାମ ଧର୍ମ ସମ୍ବଳିତ ବାର୍ତ୍ତା ନେଇ ୭୦ ରୁ ଉର୍ଦ୍ଧ ସୁସଜ୍ଜିତ ମେଢ ସହିତ ମାନବ ଶୃଙ୍ଖଳ ବା କାଫେଲା ବିଭିନ୍ନ ସାହି ବସ୍ତିରୁ ଆସି ଭଦ୍ରକ ସହର ରେ ଅବସ୍ଥିତ ଚଉଖଣ୍ଡି ରୁ ବାହାରି ସହର ପରିକ୍ରମା କରିବା ପରେ ମଦିନା ମଇଦାନରେ ପହଞ୍ଚି ଥିଲା। ପରେ ସେଠାରେ ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ଏକ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବକ୍ତା ମାନେ ମହାପୁରୁଷ ପ୍ରୋଫେଟ ମହମ୍ମଦ ଙ୍କ ବାଣୀର ଉପାଦେୟତା ଉପରେ ଆଲୋଚନା କରିଥିଲେ। ସୁସଜ୍ଜିତ ମେଢ ସହିତ ମାନବ ଶୃଙ୍ଖଳ ବା କାଫେଲା ଶୋଭାଯାତ୍ରା ର ମାହୋଲ ଭଦ୍ରକ ରେ ବେଶ ନିଆରା। ଯାହାକି ଅନ୍ୟତ୍ର ବିରଳ। ଏନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପୁଲିସ ଓ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିଲା।