ଭୁବନେଶ୍ୱର : ବିଚ ରାସ୍ତାରେ ଆକ୍ରମଣ କରି ଲୁଟ କରୁଥିବା ଦୁଇ ହାର୍ଡକୋର ଅପରାଧିକୁ ଗିରଫ କରିଛି ଭରତପୁର ଥାନା ପୋଲିସ। ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି । ଅଭିଯୁକ୍ତଙ୍କ ପାଖରୁ ୧୩ଟି ମୋବାଇଲ ଓ ଏକ ଧାରୁଆ ଛୁରୀ ମଧ୍ୟ ଜବତ ହୋଇଛି। କିଛିଦିନ ତଳେ ଅଭିଯୁକ୍ତ ଜଣକ ଘଟିକିଆ ଅଂଚଳରେ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ଲୁଟ କରିଥିଲେ। ଲୁଟର ଶିକାର ହୋଇଥିବା ବିଭୁ ପ୍ରସାଦ ଦାସ ଏବେ ମେଡ଼ିକାଲ ଚିକିତ୍ସିତ ହେଉଛନ୍ତି । ଭରତପୁର ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମାନଙ୍କ ନାମରେ ପୁର୍ବରୁ ନୟାପଲ୍ଲୀ ଥାନାର ବିଭିନ୍ନ ଅପରାଧିକ ମାମଲା ରହିଛି ବୋଲି ସୂଚନା ମିଳିଛି ।